୨୭ରେ ପୂର୍ଣ୍ଣାଙ୍ଗ ଆସର: ସାହିତ୍ୟ ଘର ସାଙ୍ଗଠନିକ ବୈଠକ

ଭୁବନେଶ୍ବର: ମଙ୍ଗଳବାର ସନ୍ଧ୍ୟାରେ ଖାରବେଳନଗରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ସମ୍ବାଦ ସାହିତ୍ୟ ଘର ଭୁବନେଶ୍ବର ଶାଖାର ଏକ ସାଙ୍ଗଠନିକ ବୈଠକ ଶାଖାର ସଭାପତି କବି ସରୋଜ ବଳଙ୍କ ପୋୖରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୭ ତାରିଖ ରବିବାର ଅପରାହ୍‌ଣ ୪ଟା ୩୦ରେ ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ପୂର୍ଣ୍ଣାଙ୍ଗ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ସେଦିନ ଶାଖାର ସମସ୍ତ ସଭ୍ୟସଭ୍ୟା, ସାହିତ୍ୟାନୁରାଗୀ ପାଠକପାଠିକ ଯୋଗଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହାଛଡ଼ା, ମାସର ପ୍ରତି ରବିବାର ଏହି ସ୍ଥାନରେ ଅପରାହ୍‌ଣ ସାଢ଼େ ୪ଟାରେ ଶାଖାର ମାସିକ ବୈଠକ ହେବାର ନିଷ୍ପତ୍ତି ହୋଇଥିଲା। ଏହି ସାଙ୍ଗଠନିକ ବୈଠକରେ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ଶାଖାର ସମ୍ପାଦକ ବାଦଲ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରକାଶ ମହାପାତ୍ର, ନିହାର ରଂଜନ ପରିଡ଼ା, ବେଦପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର