ଭୁବନେଶ୍ୱର: ପ୍ରଗତିଶୀଳ ସାହିତ୍ୟ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ପଥମ ସଂଖ୍ୟା ୟୁନିଟ୍-୩ ସ୍ଥିତ ରାଜଧାନୀ କଳା ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୁଗ ପ୍ରବର୍ତ୍ତକର ସମ୍ପାଦକ ରାଜେନ୍ଦ୍ର ବର୍ମ୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର୍ ବିରେନ୍ଦ୍ର ନାୟକ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ସେ କହିଥିଲେ ଯେ, ଦେଶରେ ଦକ୍ଷିଣ ପନ୍ଥୀ ହିନ୍ଦୁ ମୌଳବାଦୀ ଶକ୍ତିମାନେ ମଣିଷ ମଣିଷ ମଧ୍ୟରେ ଯେଉଁ ଅସହିଷ୍ଣୁତା ଓ ଘୃଣା ଭାବ ସୃଷ୍ଟି କରୁଛନ୍ତି ତାହା ଅତି ନିନ୍ଦନୀୟ। ଏହା ବିରୁଦ୍ଧରେ ତୀବ୍ର ବିରୋଧ ହେବା ଆବଶ୍ୟକ। ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ତଥା ଲେଖକ ନିରାକର ଦାସ ଯୋଗଦେଇ ସାହିତ୍ୟକୁ ସମାଜର ଦର୍ପଣ ବୋଲି କହିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରମିକ ନେତା ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦେଇ ଗୌରୀ ଲଙ୍କେଶ୍ଙ୍କ ହତ୍ୟାକାଣ୍ଡ ଏକ ବ୍ୟକ୍ତିର ହତ୍ୟାକାଣ୍ଡ ନୁହେଁ ବୋଲି କହିଥିଲେ। ଏହା ସମାଜର ମୁକ୍ତଚିନ୍ତନ ଓ ସାମାଜିକ ଭାଇଚାରାର ହତ୍ୟା ବୋଲି କହିଥିଲେ। ତେଣୁ ଏଭଳି ଅସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ସାହିତ୍ୟ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ ଉନ୍ମୋଚିତ
/sambad/media/post_attachments/wp-content/uploads/2017/10/nirakar-das.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)