‌‌‌ଶୈଳବାଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଶୈଳବାଳା ସାହିତ୍ୟ ସଂସଦ, ଜୟଦୁର୍ଗାନଗରର ତୃତୀୟ ବାର୍ଷିକ ଉତ୍ସବ ୟୁନିଟ୍‌-୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରତିଷ୍ଠାତା ଗୌରଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଡ. ପ୍ରେମାନନ୍ଦ ମହାପାତ୍ର, ସାହିତ୍ୟିକ ଡ. ବିବକୋନନ୍ଦ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବ‌େ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂପାଦକ ଦେବାଶିଷ ମହାପାତ୍ର ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ରମାକାନ୍ତ ମିଶ୍ର, ପଣ୍ଡିତ ମନୋରଂଜନ ନନ୍ଦ, ଡ. ପ୍ରେମାନନ୍ଦ ମହାପାତ୍ର, ଶାନ୍ତିଲତା ଦେବୀ ଓ ନିଶିକାନ୍ତ ପାଢ଼ୀଙ୍କୁ ସମର୍ପିତ ସାହିତ୍ୟ ସାଧନା ପାଇଁ ସଂସଦ ତରଫରୁ ସମ୍ବର୍ଧିତ କରାଯାଇଥିଲା। ପରେ ଡ. ସୁଚେତା ରାଉତଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ କବିତା ଆସରରେ ବିମଳା ସିଂହ, ଚମକ ଚାନ୍ଦିନୀ ଦାଶ ଏବଂ ମନୋରମା ମିଶ୍ର କବିତା ପାଠ କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ କବି ଗୋଲକ ବିହାରୀ ନାୟକ ଓ ଅଧ୍ୟାପିକା ସୌଦାମିନୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଂଗଠନ ସଂପାଦକ ପୂର୍ଣ୍ଣାନନ୍ଦ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ସହାୟତା କରିଥିଲେ କବି ଶ୍ୟାମଘନ ମହାରଣା। ସେହିପରି ସଭାରେ କବି ତତ୍ତ୍ବନିଧି ଭଗବାନ ବିଶ୍ବାଳଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶେଷରେ ଡ. ଆରତି କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର