‘ସ୍ବାସ୍ଥ୍ୟ ସଂହିତା’ ଉନ୍ମୋଚିତ

ଭୁବନେଶ୍ୱର: ଦ୍ବିମାସିକ ସ୍ବାସ୍ଥ୍ୟ ପତ୍ରିକା ‘ସ୍ବାସ୍ଥ୍ୟ ସଂହିତା’ର ପ୍ରଥମ ସଂଖ୍ୟା ରେଡ୍‌କ୍ରସ୍ ଭବନଠାରେ ଉନ୍ମୋଚିତ ହୋଇଛି। ଆଉଟ୍‌ରିଚ୍‌ ପକ୍ଷରୁ ଇଂରାଜୀ ଓ ଓଡ଼ିଆରେ ପ୍ରକାଶିତ ଏହି ପତ୍ରିକାକୁ ହୃଦ୍‌ରୋଗ ବିଶେଷଜ୍ଞ ଡା. ଜେ.ପି ଦାସ ଓ ଆୟୁଷ ନିର୍ଦ୍ଦେଶକ ଡା. ଅଶ୍ୱିନୀ ମିଶ୍ର ଲୋକାର୍ପିତ କରିଛନ୍ତି। ସମ୍ପାଦକ ସୁବ୍ରତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସହ ସମ୍ପାଦକ ଡା. ବି. ଜଗଦୀଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ସମ୍ପାଦକ ତୁଷାରକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପତ୍ରିକାରେ ସ୍ବାସ୍ଥ୍ୟର କିଭଳି ଯତ୍ନ ନିଆଯାଇ ପାରିବ ଏବଂ ବିଭିନ୍ନ ରୋଗ, ନିରାକରଣ ଓ ଚିକିତ୍ସା ସମ୍ବନ୍ଧରେ ବିଭିନ୍ନ ତଥ୍ୟମୂଳକ ଲେଖା ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର