‘ସାହିତ୍ୟର ମାଟି ଓ ଆକାଶ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବ୍ଲାକ୍‌ ଇଗଲ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ସତ୍ୟ ପଟ୍ଟନାୟକଙ୍କ ‘ସାହିତ୍ୟର ମାଟି ଓ ଆକାଶ’ ପୁସ୍ତକ ଆଜି ତାଙ୍କ ଜନ୍ମ ତିଥି ଅବସରରେ ପ୍ରକାଶନୀ ସଂସ୍ଥା କାର୍ଯ୍ୟାଳୟ ଉନ୍ମୋଚିତ ହୋଇଛି। ପୁସ୍ତକକୁ ଉନ୍ମୋଚନ କରି ବିଶିଷ୍ଟ ଲେଖକ ହରପ୍ରସାଦ ଦାସ କହିଲେ, ସତ୍ୟଙ୍କ ଓଡ଼ିଶା ପ୍ରତି ମମତା ତଥା ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଉଦ୍ୟମ ପ୍ରଶଂସନୀୟ। କାର୍ଯ୍ୟକ୍ରମ‌ରେ ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତ୍ୟଙ୍କ ରଚିତ କାବ୍ୟ ଓ ଗଳ୍ପ ଉପରେ ଆଲୋଚନା କରିଥିଲେ।

ଏହି ସାରସ୍ବତ ଆସରରେ ପ୍ରେମାନନ୍ଦ ମହାପାତ୍ର, ଆଦ୍ୟାଶା ଦାସ, ସଂଘମିତ୍ରା ଭଞ୍ଜ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୋନାଲି ସାହୁ, ଦୀପ୍ତିମୟୀ ସାହୁ ଓ ଅଶୋକ ପରିଡ଼ାଙ୍କ ସମେତ ଅନେକ ଲେଖକ ଯୋଗଦାନ କରି ତାଙ୍କ ଦୀର୍ଘ ଜୀବନ କାମନା କରିବା ସହ ତାଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ୩୧ଟି ପ୍ରବନ୍ଧ ଏହି ବହିରେ ସ୍ଥାନିତ ହୋଇଛି ଯାହାକୁ ଭି. ରାଜେନ୍ଦ୍ର ରାଜୁ ଓ ରଶ୍ମି ଦାସ ସମ୍ପାଦନା କରିଛନ୍ତି।

ସମ୍ବନ୍ଧିତ ଖବର