ସାଇ ଚିତ୍ରାଙ୍କନ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର: ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଓ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ୍‌ର ତତ୍ତ୍ୱାବଧାନରେ ବସନ୍ତପୁର ଶିରିଡ଼ି ସାଇ ଚାରିଟେବୁଲ୍‌ ଟ୍ରଷ୍ଟ୍‍, ପତିତପାବନ ୟୁଥ୍‌ ଆସୋସିଏସନ୍‌ ଓ ଶିବମ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲ୍‌ର ମିଳିତ ସହଯୋଗରେ ୟୁନିଟ୍‌-୩ କ୍ୟାପିଟାଲ୍‌ ହାଇସ୍କୁଲ୍‌ଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ସାଇ ଚିତ୍ରାଙ୍କନ ପ୍ରତିଯୋଗିତା ଓ ପ୍ରଦର୍ଶନୀ’ ଆଜି ଉଦ୍‌ଯାପିତ ହୋଇଯାଇଛି। କେନ୍ଦ୍ରାପଡ଼ା ଶିରିଡ଼ି ସାଇବାବାଙ୍କ ମହାସମାଧିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହା ଆୟୋଜିତ ହୋଇଥିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିିରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଉଦ୍‌ଘାଟକ ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଆର୍‌ ପି ଶର୍ମା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ରେଭେନ୍‌ସା ବିଶ୍ୱ ବିଦ୍ୟାଳୟର ଡିନ୍‌ ସଞ୍ଜୟ ଶତପଥୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶିବମ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶିକା ମମତା ମହାନ୍ତି ଓ ପତିତପାବନ ୟୁୁଥ୍‌ ଆସୋସିଏସନ୍‌ର ସମ୍ପାଦକ ଆକାଶ ପଟ୍ଟନାୟକ ଏଥିରେ ଅତିଥି ଭାବେ ଉପସ୍ଥିତ ଥିଲେ। ବସନ୍ତପୁର ଶିରିଡ଼ି ସାଇ ଚାରିଟେବୁଲ୍‌ ଟ୍ରଷ୍ଟର ଟ୍ରଷ୍ଟି ରୁଦ୍ର ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ପ୍ରିୟବ୍ରତ ଲେଙ୍କା, ଅମିତ ଦାଶ, ଟୁନା ସାହୁ, ରାଜଲକ୍ଷ୍ମୀ ମହାନ୍ତିଳ ଓ ଯଦୁନାଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରବୀନ୍ଦ୍ର ମହାପାତ୍ର ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର