ଚନ୍ଦ୍ରଶେଖରପୁର: ବିଫଳତାକୁ ସାମ୍ନା କରିବାର କ୍ଷମତା ଓ ଦକ୍ଷତା ଏକ ସୁନ୍ଦର ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ। କେନ୍ଦ୍ର ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଅନୀଲ ସ୍ୱରୂପ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଡିକେଡାଲ୍ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା ପ୍ରକାଶ କରିଥିଲେ। ଅନ୍ୟ କଥାରେ ପ୍ରଭାବିତ ନହୋଇ ନିଜକୁ ନିୟନ୍ତ୍ରଣରେ ରଖି ସଫଳତା ଦିଗରେ ଅଗ୍ରସର ହେବାକୁ ଶ୍ରୀ ସ୍ୱରୂପ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦେଶର ୨୪ ଟି ରାଜ୍ୟ ବୁଲିବା ଭିତରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍କୁ ଦେଶର ଏକ ଉଚ୍ଚମାନର ମଡେଲ୍ ସ୍କୁଲ ବୋଲି କହିଥିଲେ ଶ୍ରୀ ସ୍ୱରୂପ। ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଇନ୍ହାଉସ୍ ଟିଭି ଚ୍ୟାନେଲ୍ ‘ସାଇ ଟିଭି’କୁ ଶ୍ରୀ ସ୍ୱରୂପ ଉଦ୍ଘାଟନ କରିବା ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ଉତ୍ସବରେ ସ୍କୁଲର ଚେୟାରମ୍ୟାନ ଡ. ବିଜୟ କୁମାର ସାହୁ, ଭାଇସ୍ ଚେୟାରମ୍ୟାନ୍ ଶିଳ୍ପୀ ସାହୁ ଓ ପ୍ରିନ୍ସପାଲ୍ ହରିଶ୍ ସାନ୍ଦୁଜା ପ୍ରମୁଖ ଉପସ୍ଥିତ ଥିଲେ।
‘ବିଫଳତାକୁ ସାମ୍ନା କରିବାର କ୍ଷମତା ସୁନ୍ଦର ଭବିଷ୍ୟତକୁ ସୁନିଶ୍ଚିତ କରାଏ’
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଡିକେଡାଲ୍ ଲେକ୍ଚର୍
/sambad/media/post_attachments/wp-content/uploads/2018/06/sai-international-school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)