ଚନ୍ଦ୍ରଶେଖରପୁର: ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍) ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ଉଦ୍ଘାଟିତ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ୫୫୦ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଆମେରିକା, ସୁଇଜରଲାଣ୍ଡ, ଋଷିଆ, କଲମ୍ବିଆ, କୋଷ୍ଟାରିକା, ଜିବୁଟି, ୟେମେନ୍, ସୋମାଲିଆ, ସାଉଦିଆରବିଆ, ବାଂଲାଦେଶ, କୋରିଆ ଆଦି ଦେଶର ୩୨ଜଣ ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଉତ୍ସବକୁ ଜାପାନର ବାଣିଜ୍ୟିକ ଦୂତାବାସର ମାସାୟୁକି ଟାଗା ଉଦ୍ଘାଟନ କରି କହିଲେ, ରତ୍ନଗିରି ଏବଂ ଲଳିତଗିରିର ବୌଦ୍ଧସ୍ଥଳୀଗୁଡ଼ିକର ଭିତ୍ତିଭୂମିକୁ ଆହୁରି ଉନ୍ନତ କରାଯାଇ ପାରିବ। ଫଳରେ ଜାପାନୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ‘ସାଇମୁନ୍’ରେ ଛାତ୍ରଛାତ୍ରୀ ବିଶ୍ୱର ଘଟଣା ଓ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମାଧାନ ପନ୍ଥା ବାହାର କରିପାରିବେ। ସେହିପରି ଜାପାନ୍ ଓ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ। ‘ବସୁଧୈବ କୁଟୁମ୍ବକମ୍’ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଉତ୍ସବରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ଡ. ବିଜୟ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମସାମୟିକ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରାଯାଉଛି ବୋଲି କହିଥିଲେ। ସ୍କୁଲର ପ୍ରିନ୍ସପାଲ୍ ହରିଶ୍ ସାନ୍ଦୁଜା ଧନ୍ୟବାଦ ଅର୍ପଣ କରିଥିଲେ।
ସାମିଲ ହେଲେ ୧୧ ଦେଶର ଛାତ୍ରଛାତ୍ରୀ
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ସାଇମୁନ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/07/sai-internatiuional-sai-moon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)