ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ସାଇ କନଫ୍ଲୁଏନ୍ସ

ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ସାଇ କନଫ୍ଲୁଏନ୍ସ-୨୦୧୯ ମହାସମାରୋହରେ ପାଳିତ ହୋଇଛି। ଗଜପତି ମହାରାଜା ଦିବ୍ୟସି˚ହ ଦେବ ଉତ୍ସବକୁ ଉଦ୍‌ଘାଟନ କରି କହିଲେ, ଛାତ୍ରଛାତ୍ରୀମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ଦ୍ବାରା ହିଁ ସମାଜ ସମ୍ପୂର୍ଣ୍ଣ ବିକଶିତ ହୋଇପାରିବ। ବିଦ୍ୟାଳୟ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଜଣେ ଚରିତ୍ରବାନ ମଣିଷ ରୂପେ ଗଢ଼ି ତୋଳିବ। ବିଦ୍ୟାଳୟର ଦଶବର୍ଷ ପୂର୍ତ୍ତି ଅବସରରେ ଉତ୍ସବରେ ବିଷୟବସ୍ତୁ ‘ଦଶକ’ ରଖାଯାଇଥିଲା। ସ୍କୁଲର ପୂର୍ଣ୍ଣାଙ୍ଗ ଶିକ୍ଷା କାର୍ଯ୍ୟକ୍ରମର ଏକ ଅ˚ଶବିଶେଷ ଭାବେ ପ୍ରତିବର୍ଷ ଏହି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଯାହା ଛାତ୍ରଛାତ୍ରୀଙ୍କ ମନରେ ମନରେ ଜାତୀୟ ଏବ˚ ସ୍ଥାନୀୟ ସାଂସ୍କୃତିକ ପରମ୍ପରା ବିଷୟରେ ଗଭୀର ପ୍ରଭାବ ପକାଇଥାଏ। କାର୍ଯ୍ୟକ୍ରମରେ ପ୍ରାୟ ୫୫୦୦ ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିଥିଲେ। ଏକା ସାଙ୍ଗରେ ହଜାରେ ପିଲା ମଞ୍ଚରେ ସୋ’ କରିଥିଲେ। ଉତ୍ସବରେ ସ୍କୁଲର ଚେୟାରମ୍ୟାନ ବିଜୟ କୁମାର ସାହୁ ଉଦ୍‌ବୋଧନ ଦେଇ କହିଲେ, ଶିକ୍ଷା ଓ ଆଧ୍ୟାତ୍ମିକତା ମଧ୍ୟରେ ଅନେକ ସମ୍ବନ୍ଧ ରହିଛି। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା ଓ ଦେଶାତ୍ମବୋଧର ଧାରଣା ଜାଗ୍ରତ କରିବା ମୁଖ୍ୟ ଉଦ୍ଦେଶ୍ୟ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାଇସ୍‌ ଚେୟାରପର୍ସନ ଶିଳ୍ପୀ ସାହୁ, ଅଧ୍ୟକ୍ଷ ହରିଶ୍‌ ସାନ୍ଦୁଜା, ଉପାଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମହାରାଜା ପ୍ରଶଂସା କରିଥିଲେ। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର କୋରିଓଗ୍ରାଫରଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର