ଚନ୍ଦ୍ରଶେଖରପୁର : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଥିବା ବେଳେ ଅନ୍ୟ ଶ୍ରେଣୀଗୁଡ଼ିକ ପାଇଁ କେବେ ସ୍କୁଲ୍ ଖୋଲିବ, ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ତେଣୁ ପ୍ଲେ’ ଗ୍ରୁପ୍ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଆଣିଛି ସାଇ ହୋମ୍ ସ୍କୁଲ୍ ଅଥବା ଉନ୍ନତମାନର ଡିଜିଟାଲ୍ ଅନଲାଇନ୍ କ୍ଲାସ। ଯେଉଁଥିରେ ମାଇଣ୍ଡ ମ୍ୟାପ୍, ଲେସନ୍, ହୋମ୍ ଆସାଇନ୍ମେଣ୍ଟ, ଭିଡିଓ ରେକଡିଂସ୍, ଅଭ୍ୟାସ, ଡାଉଟ୍ କ୍ଳିଅରିଂ କ୍ଲାସ ଆଦି ରହିଛି। ଶ୍ରେଣୀ ଗୃହ ଶିକ୍ଷାର ପ୍ରତ୍ୟେକ ଉପାଦାନ ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ ଉପଲବ୍ଧ ରହିଛି। ଏହି ଅନନ୍ୟ ପ୍ଳାଟଫର୍ମ ଛାତ୍ରଛାତ୍ରୀଙ୍କୁ ବିନା ବ୍ୟାଘାତ ଶିକ୍ଷା ଗ୍ରହଣରେ ସକ୍ଷମ କରିବ। ଯଦି କ୍ଳାସ ମିସ୍ ହୁଏ, ତେବେ ଘର ପାଠ୍ୟକ୍ରମ ପାଇଁ ଏହା ଏକ ପ୍ରଭାବଶାଳୀ ବିକଳ୍ପ ହେବ।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲର କନଫରେନ୍ସ ରୁମ୍ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁ ଏହାର ଶୁଭାରମ୍ଭ କରି କହିଛନ୍ତି ଯେ କରୋନାରେ ସାରା ବିଶ୍ୱ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶିକ୍ଷାଦାନ ପାଇଁ ବିକଳ୍ପ ଭାବେ ଭର୍ଚୁଆଲ୍ ବା ଅନଲାଇନ୍ ଡିଜିଟାଲ୍ କ୍ଲାସ ହୋଇଥିଲା, ଯାହାକି ଏକ ନୂତନ ଦିଗ୍ଦର୍ଶନ। ସେଥିପାଇଁ ୨୦୨୦ ବର୍ଷକୁ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ବର୍ଷ ବୋଲି କୁହାଯାଇପାରେ। ସାଇ ହୋମ୍ ସ୍କୁଲ୍ ଜରିଆରେ ଭର୍ଚୁଆଲ୍ କ୍ଲାସକୁ ଆଗାମୀ ଦିନରେ ଆହୁରି ଉନ୍ନତୀକରଣ କରି ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇ ଶ୍ରେଣୀଗୃହ ଶିକ୍ଷା ପରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଅନ୍ୟ ଶିକ୍ଷାନୁଷ୍ଠାନଙ୍କୁ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦିଗ୍ଦର୍ଶନ ଦେବ।