ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ସାଇ-ଟେଡ୍‌

ଚନ୍ଦ୍ରଶେଖରପୁର: ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇ-ଟେଡ୍‌ର ତୃତୀୟ ସ˚ସ୍କରଣ ଅନୁଷ୍ଠିତ ହୋଇଛି। ଏଥିରେ ଆଇଆଇଟି ମୁମ୍ବାଇର ପ୍ରଫେସର‌୍‌ ତଥା ବୈଜ୍ଞାନିକ ପ୍ରଫେସର‌୍‌ ଅଲିଅସଗର‌୍‌ କ୍ୟୁ କଣ୍ଟ୍ରାକ୍ଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତିକୁ କିପରି ସୁବିନିଯୋଗ କରିବା ଓ ଭବିଷ୍ୟତ ପାଇଁ ସ˚ରକ୍ଷଣ କରାଯାଇପାରିବ ସେବିଷୟରେ ଆଲୋଚନା କରିଥିଲେ। ବିଶିଷ୍ଟ ଉଦ୍ୟୋଗପତି ଶ୍ରୀକାନ୍ତ ସୁନ୍ଦରରାଜନ୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ବିକାଶ, ବ୍ୟବସାୟିକ ବାତାବରଣ ଓ ନିବେଶ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଜଣେ ବିଜ୍ଞାନ ଛାତ୍ର କିପରି ସଫଳ ଉଦ୍ୟୋଗପତି ହେଇପାରିବ ସେ ବିଷୟରେ ମତପ୍ରକାଶ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ଯୋଗଦେଇ କହିଲେ ସାଇ-ଟେଡ଼୍‌ ଛାତ୍ରଛାତ୍ରୀଙ୍କୁ ବିଶ୍ବର ନୂତନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ଯୋଡ଼ିବାର ଏକ ଉକ୍ତୃଷ୍ଟ ମାଧ୍ୟମ। ସାଇ-ଟେଡ଼୍‌ରେ କ୍ରାଇମ୍‌ ଫରେନ୍ସିକ୍‌, ଫଟୋଗ୍ରାଫି, ଏରୋ ମଡେଲିଙ୍ଗ୍‌, ଫିଲ୍ମ ମେକିଙ୍ଗ ଓ କୋଡି˚ ଆଦି କର୍ମଶାଳା ଆୟୋଜିତ ହୋଇଥିଲା। ସେହିପରି ଟେଡ୍‌ କ୍ୟୁ(ବିଜ୍ଞାନ କୁଇଜ୍‌), ସ୍ପିକ୍‌ ଆଉଟ୍‌ ଇଉର‌୍‌ ମାଇଣ୍ତ, ଜାମ୍‌ସ୍‌, ସାଇନ୍ସ ଅପ୍‌ କମେଡି ଆଦି ପ୍ରତିଯୋଗିତା ହୋଇଥିଲା। ୱାର୍କ ଥ୍ରୁ ସ୍ପେସ୍‌ ବିଶେଷ ଆଦୃତ ହୋଇଥିଲା। ସନ୍ଧ୍ୟାରେ ବିଶିଷ୍ଟ କମେଡିଆନ୍‌ ସୌରଭ୍‌ ପାନ୍ତ ମଞ୍ଚରେ ବିଭିନ୍ନ ପ୍ରକାରର ମଜା କଥା, ଅଭିନୟ ଓ ମିମିକ୍ରି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସପାଲ୍‌ ହରିଶ୍‌ ସାନ୍ଧୁଜା, ଭାଇସ୍‌ ପ୍ରିନ୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କଟକ ଓ ଭୁବନେଶ୍ବରର ସରକାରୀ ଏବଂ ବେସରକାରୀ ସ୍କୁଲରୁ ୫୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର