ଚନ୍ଦ୍ରଶେଖରପୁର: ଗତି ଏପ୍ରିଲ୍ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିବା ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ଆବାସିକ ସ୍କୁଲ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ୍ ସ୍କୁଲର ପ୍ରଥମ ପ୍ରତିଷ୍ଠା ଦିବି ‘ଉତ୍କର୍ଷ’ ଉଦ୍ଘାଟିତ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ଉତ୍ସବ ପାଳନ ସହ ବାର୍ଷିକ କ୍ରୀଡ଼ା ଉତ୍ସବ ମଧ୍ୟ ଆୟୋଜିତ ହେବ। ମହିଳା ଏବ˚ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରି କହିଲେ ଶିକ୍ଷା ଆମର ମୌଳିକ ଅଧିକାର। ରାଜ୍ୟରେ ସ୍ବାକ୍ଷରତା ହାର ୭୫ ପ୍ରତିଶତରୁ ଅଧିକ ଥିବାବେଳେ ସମ୍ପୂର୍ଣ୍ଣ ସ୍ବାକ୍ଷରତା ପାଇଁ ଆମ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ପଡ଼ିବ। ରାଜ୍ୟରେ ଶିକ୍ଷାର ବିକାଶକୁ ଅଗ୍ରାଧିକାର ଦେବା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ପୁଲିସ୍ କମିସନର୍ ସତ୍ୟଜିତ୍ ମହାନ୍ତି ଓ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଈଶାନ୍ କୁମାର ପାତ୍ର, ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାଇ ଇଣ୍ଟରନ୍ୟାସନାଲ ଗ୍ରୁପ୍ର ଚେୟାରମ୍ୟାନ୍ ଡ. ବିଜୟ କୁମାର ସାହୁ କହିଲେ, ସ୍କୁଲ ମାଧ୍ୟମରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଅଣାଯାଇପାରିଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ଆନ୍ତର୍ଜାତୀୟସ୍ତରର ଦକ୍ଷତା ବୃଦ୍ଧି ପାଇଁ ଏହି ଆବାସିକ ବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଉଦ୍ଘାଟନୀ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚଳଚ୍ଚିତ୍ର ବିଭିନ୍ନ ପ୍ରକାର ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଭାଇସ୍ ଚେୟାରପର୍ସନ ଡ. ଶିଳ୍ପୀ ସାହୁ, ନିର୍ଦେଶକ ହରିଶ୍ ସାନ୍ଦୁଜା, ପ୍ରଧାନଶିକ୍ଷକ ଅମିତାଭ ଅଗ୍ନିହୋତ୍ରୀ, ଉପ ପ୍ରଧାନଶିକ୍ଷକ କଳିଙ୍ଗରୁଦ୍ର ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ସାଇ ଇଣ୍ଟରନ୍ୟାସନାଲ୍ ରେସିଡେ଼ନ୍ସିଆଲ୍ ସ୍କୁଲର ପ୍ରଥମ ପ୍ରତିଷ୍ଠା ଦିବସ’
ସମ୍ପୂର୍ଣ୍ଣ ସାକ୍ଷରତା ପାଇଁ ସମସ୍ତେ ପ୍ରଚେଷ୍ଟା କରନ୍ତୁ
/sambad/media/post_attachments/wp-content/uploads/2018/12/Untitled-7-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)