ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ୧୨୦ ବାଟାଲିୟନ୍‌ ଯବାନ

ଚନ୍ଦ୍ରଶେଖରପୁର : ସୀମାରେ ଆତଙ୍କବାଦୀଙ୍କ ସହ ଲଢ଼ିବା, ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ପ୍ରାକୃତିକ ବପର୍ଯ୍ୟୟରେ ଧନ ଜୀବନ ରକ୍ଷା କରିବା, ନିଜ ପରିବାରଠାରୁ ଦୂରରେ ରହିବା ସହିତ ନିଜର ବଳିଦାନ ବଦଳରେ କିପରି ଭାରତୀୟ ସେନା ନିଜର ମାତୃଭୂମିକୁ ରକ୍ଷା କରିଥାନ୍ତି ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇବା ପାଇଁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ କ୍ୟାମ୍ପ ଅନୁଷ୍ଠିତ ହୋଇଛି। ୧୨୦ ବାଟାଲିୟନ୍ ପକ୍ଷରୁ ଆୟୋଜିତ ଏହି କ୍ୟାମ୍ପ ବାଟାଲିୟନ୍‌ର କମାଣ୍ଡିଙ୍ଗ୍ ଅଫିସର୍ କର୍ଣ୍ଣେଲ୍ ଡି.ଡି.ସ୍ବାଇଁଙ୍କ ନେତୃତ୍ବରେ ପରିଚାଳନା କରାଯାଇଥିଲା।

ଭାରତୀୟ ସେନା ବ୍ୟବହାର କରୁଥିବା କିଛି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ ୨୦ ମିନିଟ୍‌ର ବ୍ୟାଣ୍ଡ ବଜାଯାଇଥିଲା। ୭୦ତମ ସାଧାରଣତନ୍ତ୍ର ଦିବସରେ ଆସାମ୍ ରାଇଫଲ୍ସର ନେତୃତ୍ୱ ନେଇଥିବା ମେଜର ଖୁସ୍ବୁ କନଓ୍ୱାରଙ୍କ ବିଷୟରେ କର୍ଣ୍ଣେଲ୍ ଶ୍ରୀ ସ୍ବାଇଁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦେଖାଇଥିଲେ। ସେ କହିଲେ, ଜଣେ ଉତ୍ତମ ନାଗରିକ ହେବା, ଦେଶ ପାଇଁ କିଛି କରିବା, ଛାତ୍ର ଜୀବନରୁ ହିଁ ମନରେ ଉତ୍କଣ୍ଠା ରହିବା ଦରକାର। ଭାରତୀୟ ସେନାରେ ଏଥିପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି। ଏହି ଅବସରରେ ସ୍କୁଲର ଚେୟାରମ୍ୟାନ ବିଜୟ କୁମାର ସାହୁ, ଅଧକ୍ଷ ହରିଶ୍ ସାନ୍ଦୁଜା, ଉପାଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର