ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଚନ୍ଦ୍ରଶେଖରପୁର ଅଞ୍ଚଳର ଚିଗ୍ରୋତୋଳା ବସ୍ତିରେ ଗତ ତିନି ଦିନ ହେଲା ଶତାଧିକ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ସହ ସ୍ବଚ୍ଛ ପାନୀୟ ଜଳ ଦିଆଯାଉଛି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ହେଉଛି। ବସ୍ତିରେ ସ୍ବାଭାବିକ ସ୍ଥିତି ଫେରିବା ପର୍ଯ୍ୟନ୍ତ ଏହିପରି ଖାଦ୍ୟ ବଣ୍ଟନ ହେବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି। ସ୍କୁଲର ଚେୟାରମ୍ୟାନ ବିଜୟ ସାହୁ ଏବଂ ଟ୍ରଷ୍ଟି ଶିଳ୍ପୀ ସାହୁ ଆଜି ଛାତ୍ରଛାତ୍ରୀଙ୍କ ସହ ମିଶି ବସ୍ତିବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଥିଲେ।
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
/sambad/media/post_attachments/wp-content/uploads/2019/05/Untitled-19-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)