ସାଇ ସ୍ମୃତି କଳାକେନ୍ଦ୍ରର ‘ନୃତ୍ୟାଙ୍କିତା’

ଭୁବନେଶ୍ବର: ସାଇ ସ୍ମୃତି କଳାକେନ୍ଦ୍ରର ନବମ ନୃତ୍ୟ ଉତ୍ସବ ‘ନୃତ୍ୟାଙ୍କିତା’ ଆଜି ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଭାରତୀୟ ସାଂସ୍କୃତିକ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ରଞ୍ଜିତ ରାଜ ଆରୋରା, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ‌କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ, ଗୁରୁ ଦୁର୍ଗାଚରଣ ରଣବୀର, ହରିହର ମହାପାତ୍ର ଓ ଜଗନ୍ନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମନୋରଞ୍ଜନ ପ୍ରଧାନଙ୍କୁ ‘ସାଇସ୍ମୃତି କଳା ସମ୍ମାନ-୨୦୧୯’ ଓ କ୍ରିତିକା ମହାନ୍ତିଙ୍କୁ ‘ନୃତ୍ୟ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଓ ଗୁରୁ ରାଜଶ୍ରୀ ଜେନାଙ୍କ ନିର୍ଦ୍ଦେଶିତ ମଙ୍ଗଳାଚରଣ, ଭୋ ଶମ୍ଭୁ.., ଜଗନ୍ନାଥସହସ୍ର ନାମ, ସମ୍ବଲପୁରୀ ଓ ଦଣ୍ଡ ନୃତ୍ୟ ଆଦି ପରିବେଷିତ ହୋଇଥିଲା। ସଞ୍ଜତ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ମଲ୍ଲୀମାଳ ଶ୍ୟାମକୁ ଦେବି… ନୃତ୍ୟାଭିନୟ ପ୍ରଦର୍ଶିତ ହୋଇଥିଲା। ଅନୁଷ୍ଠାନର ସଂପାଦିକା ଗୁରୁ ରାଜଶ୍ରୀ ଜେନା ଧନ୍ୟବାଦ ଜଣାଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର