ବୋର୍ଡ଼ ପରୀକ୍ଷାରେ ସବୁ ପ୍ରକାର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ: ସିବିଏସ୍ଇ କଣ୍ଟ୍ରୋଲର୍

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସାଇ ଥଟ୍ ଲିଡରସିପ୍

ଭୁବନେଶ୍ବର: ଆଗାମୀ ବୋର୍ଡ଼ ପରୀକ୍ଷାରେ ଆମେ ସବୁପ୍ରକାର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ଆମେ କେବଳ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ସପକ୍ଷରେ ନିଷ୍ପତ୍ତି ନେବୁ। ପୃଥିବୀର ଏଭଳି ବିପତ୍ତି ସମୟରେ ଦେଶରେ ସିବିଏସ୍ଇ ଅଧିନରେ କାମକରୁଥିବା ୨୫ ହଜାର ସ୍କୁଲ୍‌ର ଏକ ଟିମ୍ ଯେକୌଣସି ଆହ୍ବାନକୁ ସଫଳତାର ସହ ସାମ୍ନା କରିବାର ଦକ୍ଷତା ଅଛି। କରୋନାର ଦ୍ୱିତୀୟ ଲହରରେ ଚାପମୁକ୍ତ ରହି ନିଜ ପାଠ ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ସିବିଏସ୍ଇ ନୂଆଦିଲ୍ଲୀର କଣ୍ଟ୍ରୋଲର୍ ଅଫ୍ ପରୀକ୍ଷକ ସ୍ବୟମ୍‌ ଭରଦ୍ୱାଜ୍। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଦ୍ୱାରା ଆୟୋଜିତ ସାଇ ଥଟ୍ ଲିଡ଼ରସିପ୍ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଭରଦ୍ୱାଜ ଏହା ପ୍ରକାଶ କରିଥିଲେ।

ଛାତ୍ରଛାତ୍ରୀମାନେ ନେତୃତ୍ୱ ନେବାର କୌଶଳ ଶିକ୍ଷା ଏବଂ ଏହାର ପରିଚାଳନାକୁ ଆଧାର କରି ସାଇ ଥଟ୍ ଲିଡ଼ରସିପ୍ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶିକ୍ଷାବିତ୍, ଅଭିଭାବକ, ଛାତ୍ର ଏବଂ ଅନୁଷ୍ଠାନକୁ ପ୍ରତିପାଦିତ କରି ଶିକ୍ଷା ଦିଗରେ ଏକ ମୂଳ ପରିବର୍ତ୍ତନ ଆଣିବା ସାଇ ଥଟ୍ ଲିଡରସିପ୍ର ମୁଖ୍ୟ ଉଦ୍ଦେଶ୍ୟ ଅଟେ।

ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଠା ତଥା କାର୍ଯ୍ୟକାରୀ ସଭାପତି ଏବଂ ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ଯୋଗଦେଇଥିଲେ। ସେ ଆଗାମୀ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ଦେଶ ବିଦେଶର ଅନେକ ଖ୍ୟାତାନାମା ବ୍ୟକ୍ତିତ୍ୱଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ସାମିଲ୍ କରି ଛାତ୍ରଛାତ୍ରୀମାନଙ୍କର ନେତୃତ୍ୱ ବିକାଶ କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର