ସାଇପ୍ରସନ୍ନା ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍‌ ରନର୍ସ ଅପ୍‌

ଭୁବନେଶ୍ବର : ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍‌-୨୦୨୧ରେ ପ୍ରଥମ ରନର୍ସ ଅପ୍ ଓ ମିସେସ୍ ମ୍ୟାଗ୍ନିଫିସେଣ୍ଟ-୨୦୨୧ର ଟାଇଟଲ ହାସଲ କରିଛନ୍ତି ଓଡ଼ିଶା ବୋହୂ ସାଇପ୍ରସନ୍ନା ବେହେରା। ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ପ୍ରତିଯୋଗିତାରେ ଭୁବନେଶ୍ୱରରେ ହୋଇଥିବା ଅଡିସନ୍ ରାଉଣ୍ଡରେ ଓଡିଶାରୁ ମାତ୍ର ୫ ଜଣ ମନୋନୀତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବୋହୂ ସାଇପ୍ରସନ୍ନା ଓଡିଶାର ଏକମାତ୍ର ତଥା ପ୍ରଥମ ମହିଳା ଭାବେ ଦୁବାଇ ମାଟିରେ ନିଜ ରାଜ୍ୟର ମାନ ରଖି ପ୍ରଥମ ରନର୍ସ ଅପ୍ ଭାବେ ବିଜୟୀ ହୋଇଛନ୍ତି। ପେସାରେ ସେ ଜଣେ ଫାର୍ମାକୋଲୋଜିଷ୍ଟ ସହ ସଫଳ ଉଦ୍ୟୋଗୀ ମଧ୍ୟ ଅଟନ୍ତି। ଶ୍ରୀମତୀ ବେହେରା କହିଛନ୍ତି ଯେ ମହିଳାମାନେ ନିଜକୁ କେବଳ ହୋମ୍ କିମ୍ବା କ୍ୟାରିଅର୍‌ ଓରିଏଣ୍ଟେଡ୍‌ କରି ରଖିବା ଉଚିତ ନୁହେଁ। ଆଜିର ସମୟରେ ମହିଳାମାନେ ସମସ୍ତ ଦାୟିତ୍ୱ ନିର୍ବାହ କରିବା ସହ ନିଜ ପାଇଁ ସମୟ ବାହାର କରି ନିଜର ସ୍ଥାପତ୍ୟ ବିସ୍ତାର କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର