ସାକ୍ଷୀଗୋପାଳଙ୍କ ହଳଦିପାଣି ନୀତି

ସାକ୍ଷୀଗୋପାଳ: ଚନ୍ଦନ ଯାତ୍ରାର ଶେଷ ଦିବସରେ ସାକ୍ଷୀଗୋପାଳ ଠାକୁରଙ୍କ ହଳଦିପାଣି ନୀତି ଓ କୀଚକ ବଧ ଯଥାବିଧି ଅନୁଷ୍ଠିତ ହୋଇଛି। ଆଜି ସନ୍ଧ୍ୟାରେ ସାକ୍ଷୀଗୋପାଳ ଠାକୁରଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ଦେବ ବିମାନରେ ଯାଇ ଚନ୍ଦନ ମଣ୍ଡପରେ ବିଜେ କରିଥିଲେ। ଚନ୍ଦନ କୁଣ୍ଡରେ ସ୍ନାନ, ବେଶ, ଚନ୍ଦନ ଲାଗି, ଟାହିଆ ଲାଗି ଓ ଯାତ ଭୋଗ ହୋଇଥିଲା।

ଗୋଟିପୁଅ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ଆଖଡ଼ା ଓ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ଠାକୁର ନୌକାରେ ବିଜେ କରିବା ପରେ ଏକ ଘେରା ଚାପ ଅନୁଷ୍ଠିତ ହୋଇଥିଲା। ପରେ ପରେ କୀଚକ ବଧ ନୀତି ଅନୁଷ୍ଠିତ ହୋଇଥିଲା। ମଣ୍ଡଣୀ ସୁଆଁସିଆ ସେବକ ଧନୁତୀର ସହ ପୂର୍ଣ୍ଣକୁମ୍ଭକୁ ତୀର ମାରି କୀଚକ ବଧ କରିଥିଲେ। ଶେଷରେ ପନ୍ତି ଭୋଗ, ପଟୁଆଳରେ ଗୋଟିପୁଅ ନୃତ୍ୟ, ସାଇଯାତ ପରିବେଷଣ ହୋଇ ଠାକୁର ବିମାନରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିଥିଲା।

ସମ୍ବନ୍ଧିତ ଖବର