ସାଲ୍‌ସା ନୃତ୍ୟ କର୍ମଶାଳା ଜୁନ୍‌ ୫ରୁ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଡିଭାଇନ୍‌ ଡ୍ୟାନ୍‌ସ୍‌ ଓ ମ୍ୟୁଜିକ ଏକାଡେମି ତରଫରୁ ଦୁଇଦିନିଆ ସାଲ୍‌ସା ନୃତ୍ୟ କର୍ମଶାଳା ଆସନ୍ତା ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ। ଶୈଳଶ୍ରୀ ବିହାରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ‘ସାତ୍‌ ସାତ୍‌’ ହୋଟେଲ ପରିସରରେ ହେବାକୁ ଥିବା ଏହି କର୍ମଶାଳାରେ ମୁମ୍ବାଇର ଏଲଭିସ୍‌ ମାସା ରେନ୍‌ହାସ ତାଲିମ୍‌ ପ୍ରଦାନ କରିବେ। ୬ ତାରିଖ ସଂଧ୍ୟାରେ ତାଲିମ୍‌ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯିବା ସହ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଫ୍ରି ଷ୍ଟାଇଲ ଡ୍ୟାନସ ବ୍ୟାଟଲ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ।

ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି, ପଦକ ସହ ଆର୍ଥିକ ରାଶି ଓ ମାନପତ୍ର ଦିଆଯିବ। ଏହି କର୍ମଶାଳାରେ ଯୋଗ ଦେବା ପାଇଁ ଛାତ୍ରଛାତ୍ରୀ ନିଜର ନାମ ପଞ୍ଜୀକରଣ କରାଇ ଅଂଶଗ୍ରହଣ କରିପାରିବେ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନୃତ୍ୟଶିଳ୍ପୀ ହରିହର ଦାଶ ଏହି କର୍ମଶାଳାରେ ଉପସ୍ଥିତ ରହିବେ। ବିଶେଷ ବିବରଣୀ ପାଇଁ ଅନୁଷ୍ଠାନର େଓ୍ଵବସାଇଟ www.divinedance.co.inରେ ଲଗ-ଇନ୍‌ କରିବା ସହ ୮୮୯୫୨୭୮୦୯୮ ନମ୍ବରରେ ଯୋଗାଯୋଗ କରିବାକୁ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦ୍ରିକା ଦାଶ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର