ହୃଦ୍‌ଘାତରେ ସମାଜସେବୀ ଗୁରୁପ୍ରସାଦଙ୍କ ବିୟୋଗ

ଭୁବନେଶ୍ୱର: ଜଣାଶୁଣା ସମାଜସେବୀ ଗୁରୁପ୍ରସାଦଙ୍କର ଆଜି ଅପରାହ୍ଣରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୈତ୍ରୀବିହାରସ୍ଥିତ ବାସଭବନରେ ଚା’ ପିଉଥିବାବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେଠାରେ ହିଁ ସେ ଟଳି ପଡ଼ିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ଜ୍ଞାନଦୀପ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୋଟରିରେ ଜନ୍ମ ହୋଇଥିବା ସ୍ୱର୍ଗତ ମହାନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଞ୍ଜୀବନୀ ପ୍ରତିଷ୍ଠା କରିଥିଲେ। ସ୍ୱର୍ଗତ ମହାନ୍ତି ପୂର୍ବତନ ସୂଚନା କମିସନର ତଥା ବିଶିଷ୍ଟ ସମାଜସେବୀ ଜଗଦାନନ୍ଦଙ୍କ ସାନ ଭାଇ। ତାଙ୍କ ପତ୍ନୀ ଋତୁପର୍ଣ୍ଣା ମହାନ୍ତି ମଧ୍ୟ ଜଣେ ସମାଜସେବୀ ଭାବେ ବେଶ୍‌ ପରିଚିତ।

ସମ୍ବନ୍ଧିତ ଖବର