ସମାଜସେବୀ ଭାଗବତ ପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ

ବାରଙ୍ଗ: ବାରଙ୍ଗ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଭାଗବତ ପାତ୍ରଙ୍କ ୧୬ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ ହୋଇଛି। ଭାଗବତ ସ୍ମୃତି କମିଟ ତରଫରୁ ଆୟୋଜିତ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ସମ୍ବାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୀତାରାମ ବଜାରସ୍ଥିତ ସ୍ପର୍ଗତ ଭାଗୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ କନକ ଦୁର୍ଗା ମନ୍ଦିର ପରିସରରେ ଆୟୋଜିତ ସ୍ମୃତିସଭାରେ ଯୋଗ ଦେଇ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଭାଗୁ ବାବୁଙ୍କ ସ୍ମୃତିଚାରଣ କରିବା ସହିତ ଏଭଳି କାର୍ଯ୍ୟକ୍ରମକୁ ସତସଙ୍ଗ ସହ ତୁଳନା କରିଥିଲେ। ଭାଗୁ ବାବୁଙ୍କ ଅବଦାନ, ସମସ୍ତଙ୍କୁ ଏକାଠି ରଖିବାର ଦକ୍ଷତା ଓ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ଯୁବପିଢି ପାଇଁ ପ୍ରେରଣାଦାୟୀ ହୋଇଥିବା ବେଳେ ପ୍ରତ୍ୟେକ ଯୁବକ ନିଜକୁ ତାଙ୍କ ଭଳି ହେବା ଲାଗି ସଂକଳ୍ପ ନେଲେ ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ଭାଗୁ ବାବୁ ସମାଜସେବା ମୂଳକ କାର୍ଯ୍ୟ ଜରିଆରେ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହୋଇ ପାରିଥିଲେ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଗୁ ପାତ୍ର ସ୍ମୃତି କମିଟିର ମୁଖ୍ୟ ଉପଦେଷ୍ଟା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା, କ୍ୟାପଟେନ ମନ୍ମଥ ରାଉତରାୟ, ରବିନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ପାଣି, ସୁନିଲ ସିଂ, ପର୍ଶୁରାମ ରାଉତରାୟ ସ୍ୱର୍ଗତ ଭାଗବତ ପାତ୍ରଙ୍କ ସ୍ମୃତିଚରଣ କରିଥିଲେ। ଭାଗବତ ପାତ୍ର ସ୍ମୃତି କମିଟି ତରଫରୁ ସାହିତ୍ୟିକ ରବିନ୍ଦ୍ର ମାଝୀ, ଅବସରପ୍ରାପ୍ତ ମହାଲିପିକ ପ୍ରଫୁଲ୍ଲ ସେଠୀ, ଜନକ ମାଝୀ, ପ୍ରକାଶକ ଅମରେନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମାଜସେବୀ ତଥା କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରେମାନନ୍ଦ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନ୍ତର୍ଯ୍ୟାମୀ କୁଅଁର। ଧନ୍ୟବାଦ ଅର୍ପଣ କରିଥିଲେ କମିଟିର ସମ୍ପାଦକ ହୈମବତି ନନ୍ଦନ ଚକ୍ରବର୍ତ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଭୂପତି ଭୂଷଣ ପାଣି, ଜିଲ୍ଳା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତି, ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତି, ବିଶ୍ୱଭୂଷଣ ଚକ୍ରବର୍ତ୍ତି, ପ୍ରତାପ ମଣ୍ଡଳ, ପ୍ରମୋଦ କୁମାର ବିଶୋଇ ପ୍ରମୁଖ।

ସମ୍ବନ୍ଧିତ ଖବର