କେନ୍ଦ୍ର ବିରୋଧରେ ବିଧାନସଭାରେ ସର୍ବସମ୍ମତ ନିନ୍ଦା ପ୍ରସ୍ତାବ ଆଣ: ସମାଜବାଦୀ ପାର୍ଟି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିକୁ କେନ୍ଦ୍ରର ନା

ଭୁବନେଶ୍ୱର : ଆଜି କେନ୍ଦ୍ର ସରକାର ଏକ ପତ୍ର ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ମନା କରିଦେଇଛନ୍ତି। ଏହାସହିତ ବର୍ତ୍ତମାନ ଦର୍‌ରେ ଧାନ ବିକ୍ରି ଚାଷୀଙ୍କୁ ସୁହାଉ ନଥିଲେ ସେମାନେ ଖୋଲା ବଜାରରେ ଧାନ ବିକ୍ରି କରିବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କର ରାଜ୍ୟର ଚାଷୀକୁଳ ପ୍ରତି ଏପରି ମନୋଭାବକୁ କଡ଼ା ସମାଲୋଚନା କରିଛି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି । କେନ୍ଦ୍ର କୃଷି ଓ କୃଷକ ମଙ୍ଗଳ ବିଭାଗ ପକ୍ଷରୁ ବିଧାନସଭାର ଉପମୁଖ୍ୟସଚେତକଙ୍କ ପାଖକୁ ଆସିଥିବା ଚିଠିରେ ଏହି ବିଷୟ ଉଲ୍ଲେଖ କରାଯାଇଛି। । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିମନ୍ତେ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଥିଲା । ମାତ୍ର କେନ୍ଦ୍ରର ଏହି ନିଷ୍ପତି ବିରୋଧରେ ଏକ ସର୍ବସମ୍ମତ ନିନ୍ଦା ପ୍ରସ୍ତାବ ଆଗାମୀ ବିଧାନସଭା ଅଧିବେଶନରେ ଆଗତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସବୁ ଦଳର ବିଧାୟକମାନଙ୍କୁ ନିବେଦନ କରିଛନ୍ତି। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏମ୍‌.ଏସ୍‌. ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପାଳନ କରିନାହାନ୍ତି। ତେଣୁ କେନ୍ଦ୍ରର କୃଷକ ବିରୋଧୀ ମନୋଭାବ ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନଗୁଡ଼ିକ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର