‘ସମର୍ପଣ’ର ତୃତୀୟ ସନ୍ଧ୍ୟାରେ ସୁଫି ସଂଗୀତ

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସୁଫିୟାନା, କବାଲି ଓ ଆଧ୍ୟାତ୍ମିକ ସଂଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ର ଆଜି ଥିଲା ତୃତୀୟ ସଂଧ୍ୟା। ଏହି କାର୍ଯ୍ୟକ୍ରମରେ ଆଜି ପ୍ରଥମେ ଗାୟିକା ରାଧିକା ସୁଦ୍‌ ନାୟକ ସୁଫି ସଂଗୀତ ‘କି ଜାନା ମେ କୋନ୍‌’ ପରିବେଷଣ କରିଥିଲେ। ଏଥିରେ ତାଙ୍କ ସହ ହାରମୋନିୟମ୍‌ରେ ଥିଲେ ବିନୋଦ ପଦଜୀ, ଢୋଲକ୍‌ରେ ସଦାନନ୍ଦ ମଲ୍ଲିକ ଓ ଗିଟାରରେ ଭାବାତୋଷ ମହାନ୍ତି। ଏହାପରେ ପରିବେଷିତ ହୋଇଥିଲା ‘ସୁଫି କଓ୍ଵାଲି’। ଅମଜାଦ୍‌ ଅଜିଜ୍‌ ଅହମ୍ମଦ ଖାନ୍‌ ଓ୍ଵାରିସ ଏହାକୁ ପରିବେଷଣ କରିଥିଲେ। ସାଥୀ କଳାକାର ଭାବେ ହାରମୋନିୟମରେ ଅସଦ୍‌ ଖାନ୍‌ ଓ୍ଵାରିସ, ତବଲାରେ ମୁହତେସାମ୍‌ ଅହମ୍ମଦ, ଜୁନେଦ୍‌ ଅହମ୍ମଦ, ଜୁରାର ଅହମ୍ମଦ, ନବୀଦ ଅହମ୍ମଦ ଓ ଅବଦୁଲ ବରାରି ପ୍ରମୁଖ ସହଯୋଗ କରିଥିଲେ।

ପୂର୍ବତନ ପୁଲିସ ଡିଜି ବି.ବି.ମିଶ୍ର ଓ ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲର ସଭାପତି ଅରବିନ୍ଦ ବେହେରା ଓ ସାଧାରଣ ସଂପାଦକ କ୍ଷୀରୋଦ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ.ସଙ୍ଗୀତା ଗୋସାଇଁ, ଈଶା ମିଶ୍ର ଓ ଆଦ୍ୟାଶା ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର