ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସୁଫିୟାନା ଓ ଆଧ୍ୟାତ୍ମିକ ସଂଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ର ଆଜି ଥିଲା ତ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ପାରମ୍ପରିକ ଓଡ଼ିଆ ଭଜନ ସମେତ ବିଦ୍ୟାପତିଙ୍କ ଲିଖିତ କବିତାର ଆବୃତ୍ତି ଶୁଣିବାକୁ ମିଳିଥିଲା। ଡ.ବିଜୟ କୁମାର ଜେନା, ହରପ୍ରିୟା ସ୍ୱାଇଁ, ଗୀତା ମଞ୍ଜରୀ, ସୁଶାନ୍ତ ପଣ୍ଡା, ସଂଗୀତାଞ୍ଜଳି ନନ୍ଦ ପ୍ରମୁଖ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ.., ନୀଳାଦ୍ରି ବିଜେ ଶୈଳ.., ଏ ମର୍ତ୍ୟ ମଣ୍ଡଳେ ଜନମ ହୋଇଲେ... ଭଳି ସଂଗୀତ ପରିବେଷଣ କରିଥିଲେ। ଅଜୟ, ବଳରାମ, ଶ୍ରୀନିବାସ, ତାପସ ସଂଗୀତରେ ସହଯୋଗ କରିଥିଲେ। ପରେ ଡ. ରଂଜନା ଝା ମିଥିଳାର କବି ବିଦ୍ୟାପତିଙ୍କ କବିତାକୁ ସୁଫିୟାନା ଶୈଳୀରେ ପରିବେଷଣ କରି ଆବେଗଭରା ମନୋରଂଜନ ଦେଇଥିଲେ। ସଂଜୟ, ଜବାହାର ଓ ସ୍ୱପ୍ନେଶ୍ୱର ତାଙ୍କୁ ସଂଗୀତରେ ସହଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ଧୀରେନ୍ଦ୍ର କୁମାର ରାୟ, ବରିଷ୍ଠ ପ୍ରଶାସକ ଏସ୍କେ ତାମୋଟିଆ, ମ୍ୟୁଜିକ୍ ସର୍କଲ୍ର ସଭାପତି ଅରବିନ୍ଦ ବେହେରା, ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ମୀରା ପଣ୍ଡା ଓ ଡ. ଇଶା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଭାବରେ ବାନ୍ଧିଲା ସୁଫିୟାନା
‘ସମର୍ପଣ’ର ଦ୍ୱିତୀୟ ସନ୍ଧ୍ୟା
/sambad/media/post_attachments/wp-content/uploads/2018/02/m10-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)