‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା : ଅଫ୍‌ଲାଇନ ପ୍ରତିଯୋଗୀଙ୍କ ପାଇଁ ସୂଚନା

‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌ ପ୍ରତିଯୋଗିତା ଚଳିତ ବର୍ଷ କୋଭିଡ୍‌ ପରିସ୍ଥିତି ଦୃଷ୍ଟିରୁ ଅନ୍‌ଲାଇନ୍‌ରେ କରାଯିବାକୁ ନିଷ୍ପତ୍ତି ହୋଇଛି।

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହସ୍ତାକ୍ଷର, ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି କୁଇଜ୍‌ ପ୍ରତିଯୋଗିତା ସେପ୍ଟେମ୍ବର ୧୨ ତାରିଖରେ ହେବ। ଏଥିନିମନ୍ତେ ଆମ ୱେବ୍‌ସାଇଟ୍‌ http://competition.sambad.in ରେ ଛାତ୍ରଛାତ୍ରୀ ଆସନ୍ତାକାଲି ୧୦ ତାରିଖ (ଗୁରୁବାର) ସୁଦ୍ଧା ପଞ୍ଜୀକରଣ କରିବାକୁ ହେବ। ଅନ୍‌ଲାଇନ ସୁବିଧା ନଥିଲେ କେବଳ ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗୀମାନେ ଅଫ୍‌ଲାଇନରେ ଭାଗ ନେଇପାରିବେ। ଅଫ୍‌ଲାଇନରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା କୁପନ ‘ସମ୍ବାଦ’ରେ ପ୍ରକାଶ ପାଇବ। ୧୨ ତାରିଖରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରଶ୍ନପତ୍ର ‘ସମ୍ବାଦ’ରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ‘ସମ୍ବାଦ’ରୁ ପ୍ରବେଶିକା କୁପନ କାଟି ପୂରଣ କରିବେ ଏବଂ କୁପନଟିକୁ ଚିତ୍ର ଆଙ୍କିଥିବା ଡ୍ରଇଂ ସିଟ୍‌/ ହସ୍ତାକ୍ଷର ସିଟ୍‌ ସହ ସଂଯୋଗ କରି ନିମ୍ନ ଠିକଣା ଥିବା ଡ୍ରପ୍‌ ବକ୍ସରେ ଅପରାହ୍ନ ୪ଟା ସୁଦ୍ଧା ପକାଇବେ ।

ଡ୍ରପ୍‌ ବକ୍ସ ଥିବା ସ୍ଥାନର ଠିକଣା
ଖଣ୍ଡଗିରି ଜୋନ୍‌ ଅଫିସ
ପ୍ଲଟ ନଂ-୬୮୦, ଜାଗମରା ବଜାର, ଖଣ୍ଡଗିରି
ଚନ୍ଦ୍ରଶେଖରପୁର ଜୋନ୍‌ ଅଫିସ
ଏମଆଇଜି-୩୦, ପ୍ରଗତି ଏନକ୍ଲେଭ, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର
ପୁରୁଣା ଭୁବନେଶ୍ବର ଜୋନ୍‌
ଲକ୍ଷ୍ମୀଧର ନିବାସ, ଜଗନ୍ନାଥ ମଠ ରୋଡ୍‌, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ
କେନ୍ଦ୍ରୀୟ ଜୋନ୍‌
ଆମ ଓଡ଼ିଶା କାର୍ଯ୍ୟାଳୟ ୪ଆର-୧/୨, ୟୁନିଟ୍‌-୩, ଖାରବେଳନଗର
‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟ
ସମ୍ବାଦ ଭବନ, ବି-୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର

ସମ୍ବନ୍ଧିତ ଖବର