‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆଜି (ଶନିବାର) ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତାଗୁଡ଼ିକ ଅନ୍ଲାଇନ୍ରେ କରାଯାଉଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର, ଓ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଉଛନ୍ତି।
ତେବେ ଅନ୍ଲାଇନ ସୁବିଧା ନଥିବାରୁ ଯେଉଁମାନେ ପଞ୍ଜୀକରଣ କରି ପାରିନାହାନ୍ତି, ସେମାନେ ଅଫ୍ଲାଇନ୍ରେ କେବଳ ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଆଜି ଦୈନିକ ‘ସମ୍ବାଦ’ର ପୃଷ୍ଠା-୩ରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରଶ୍ନପତ୍ର ସହ ଏକ ପ୍ରବେଶିକା କୁପନ୍ ପ୍ରକାଶ ପାଇଛି। ପ୍ରତିଯୋଗୀମାନେ ଉକ୍ତ ପ୍ରବେଶିକା କୁପନ୍କୁ କାଟି ପୂରଣ କରିବେ ଏବଂ କୁପନଟିକୁ ଚିତ୍ର ଆଙ୍କିଥିବା ଡ୍ରଇଂ ସିଟ୍/ ହସ୍ତାକ୍ଷର ସିଟ୍ ସହ ସଂଯୋଗ କରି ନିମ୍ନ ଠିକଣା ଥିବା ଡ୍ରପ୍ ବକ୍ସରେ ଅପରାହ୍ଣ ୪ଟା ସୁଦ୍ଧା ପକାଇବେ।
ଡ୍ରପ୍ ବକ୍ସ ଥିବା ସ୍ଥାନର ଠିକଣା
ଖଣ୍ଡଗିରି ଜୋନ୍ ଅଫିସ
ପ୍ଲଟ ନଂ-୬୮୦, ଜାଗମରା ବଜାର, ଖଣ୍ଡଗିରି
ଚନ୍ଦ୍ରଶେଖରପୁର ଜୋନ୍ ଅଫିସ
ଏମଆଇଜି-୩୦, ପ୍ରଗତି ଏନକ୍ଲେଭ, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର
ପୁରୁଣା ଭୁବନେଶ୍ବର ଜୋନ୍
ଲକ୍ଷ୍ମୀଧର ନିବାସ, ଜଗନ୍ନାଥ ମଠ ରୋଡ୍, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ
କେନ୍ଦ୍ରୀୟ ଜୋନ୍
ଆମ ଓଡ଼ିଶା କାର୍ଯ୍ୟାଳୟ ୪ଆର-୧/୨, ୟୁନିଟ୍-୩, ଖାରବେଳନଗର
‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟ
ସମ୍ବାଦ ଭବନ, ବି-୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର
ସାଇ ମହାବୀର ଟିମ୍ବର୍, ବାଲିପାଟଣା ଛକ
ଯୋଗାଯୋଗ: ବସନ୍ତ କୁମାର ଦାଶ, ୯୩୪୮୯୩୬୮୬୯
ମା ଜାଗୁଳାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ଅଲାରପୁର ରଙ୍ଗବଜାର, ବାଲିଅନ୍ତା, ନିରଞ୍ଜନ ସେନାପତି, ୯୪୩୭୬୭୧୦୬୬