‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆଜି ଭୁବନେଶ୍ବର ସହରରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସହର ଓ ଉପକଣ୍ଠର ୨୪ଟି କେନ୍ଦ୍ରରେ ପାଖାପାଖି ୧୮ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷାରେ ଭାଗ ନେଇଥିଲେ। ପରୀକ୍ଷା କେନ୍ଦ୍ରରେ ହିଁ ଅଭିଜ୍ଞ ବିଚାରକମାନଙ୍କ ଦ୍ବାରା ଖାତାଗୁଡ଼ିକ ମୂଲ୍ୟାୟନ କରାଯାଇ ପ୍ରତି ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ସମ୍ପାଦକ ତନୟା ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

Advertisment

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ପଟିଆ
ଚିତ୍ରାଙ୍କନ‌ରେ ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ତୃତୀୟ ଶ୍ରେଣୀର ସ୍ନେହାଞ୍ଜଳି ଟୁଡ଼ୁ ପ୍ରଥମ, ୫ମ ଶ୍ରେଣୀ ଛାତ୍ରୀ ଜୟଶ୍ରୀ ଦାସ ଦ୍ବିତୀୟ, ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ଦ୍ବିତୀୟ ଶ୍ରେଣୀର ପୃ୍‌ଥୀରାଜ ସାହୁ ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଷ୍ଟମ ଶ୍ରେଣୀର ସାଇଶ୍ରୁତି ଶ୍ରୀଚନ୍ଦନ ପ୍ରଥମ, ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ୮ମ ଶ୍ରେଣୀର ସ୍ନେହାଶ୍ରୀ ଓଝା ଦ୍ବତୀୟ ଓ ପ୍ରିୟଦର୍ଶିନୀ ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଭାଷାଜ୍ଞାନରେ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ୯ମ ଶ୍ରେଣୀର ସୁଦ୍ଧେଶ୍ବର ସୋରେନ୍‌ ପ୍ରଥମ, ଦଶମ ଶ୍ରେଣୀର ସୁଜାତା ମହାଭୋଇ ଦ୍ବିତୀୟ, ସ୍ମୃତିରଞ୍ଜନ ପ୍ରଧାନ ତୃତୀୟ ହୋଇଛନ୍ତି। ବିଚାରକ ଭାବେ ରବି ରାୟ, ସୁରେନ୍ଦ୍ରନାଥ ଗାହାଣ, ସୋନାଲି ନାୟକ ଓ ଗତିକୃଷ୍ଣ ନାୟକ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣିଙ୍କ ନେତୃତ୍ବରେ ମନୋଜ କୁମାର ବାରିକ, ଭାସ୍କର ଚନ୍ଦ୍ର ନାୟକ, ଟୁଟୁନି ପାଣି, ବିନୋଦ ବିହାରୀ ବେହେରା, ଅନାଥଚରଣ ସ୍ବାଇଁ ସହଯୋଗ କରିଥିଲେ।

ବାଲିପାଟଣା: ଚିତ୍ରାଙ୍କନରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବରଦାପଡ଼ାର ତେହଫିସ୍  ହୁସେନ୍ ଖାନ୍ ପ୍ରଥମ, ବିବେକାନନ୍ଦ ଶିକ୍ଷକେନ୍ଦ୍ର, ତୁରିନ୍ତିରାର ସିଦ୍ଧିଶ୍ରୀ ଶତପଥୀ ଦ୍ବିତୀୟ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ତୁରିନ୍ତିରାର ଗାୟତ୍ରୀ ରାଉତ ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ବିପିନି ବିହାରୀ ସରକାରୀ ହାଇସ୍କୁଲର  ଅଭିପ୍ସା ପ୍ରିୟଦର୍ଶିନୀ ଭୋଇ ପ୍ରଥମ, ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଓମ୍‌ ପ୍ରକାଶ ବେହେରା ଦ୍ୱିତୀୟ,  ସରକାରୀ ଉଚ୍ଚ ବିଦ୍ୟାଳୟ ବନମାଳୀପୁରର ନନ୍ଦିନୀ ବେହେରା ତୃତୀୟ, ଭାଷାଜ୍ଞାନରେ ପଞ୍ଚାୟତ ହାଇସ୍କୁଲ ପୁବାଗଡ଼ର ସ୍ନେହାଞ୍ଜଳି ଭୋଳ ପ୍ରଥମ, ବାଲିପାଟଣା ପଞ୍ଚାୟତ ବାଳିକା ହାଇସ୍କୁଲର ଯାଜ୍ଞସେନି ପାଢ଼ୀ ଦ୍ୱିତୀୟ ଓ  ବିପିନି ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାଗଲପୁରର ଦୀପ୍ତି ମୟୀ ଦାଶ  ତୃତୀୟ ହୋଇଛନ୍ତି। ବନମାଳୀପୁର ଫାଣ୍ଡି ଅଧିକାରୀ ରାକେଶ ସାମଲ, ସରପଞ୍ଚ ମିତାରାଣୀ ମଲ୍ଲିକ, ବିପିନି ବିହାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ତପନ କୁମାର ରାଉତ, ରାମଚନ୍ଦ୍ର ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା, ସିଆର୍‌ସିସି ଝୁନି ଦେଇ, ରଶ୍ମି ରଞ୍ଜନ ପଣ୍ଡା, ଶିକ୍ଷକ ଛବିନାଥ ସାଠୁଆ ଓ ଦୀନବନ୍ଧୁ ମହାନ୍ତି ଯୋଗ ଦେଇଥିଲେ। କୈଳାସ ଚନ୍ଦ୍ର ଚିନେରା , ଶୈଳେଶ କୁମାର ବେହେରା, ଶୁଭେନ୍ଦୁ କୁମାର ଦାଶ, ଏସ କେ ରିଆଜ ଅଲ୍ଲୀ, ରୁକସାରା ବେଗମ୍, କୈଳାଶ ଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ଦାଶ, ଅରୁଣ କୁମାର ଶତପଥୀ ସହଯୋଗ କରିଥିଲେ।

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଚିତ୍ରାଙ୍କନରେ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆଲଫା ଅନ୍ବେଶା ପ୍ରଥମ, ତୃତୀୟ ଶ୍ରେଣୀର ଆକ୍ରିତି ମିଶ୍ର ଦ୍ବିତୀୟ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରୀ କ୍ରିତିକା ଦାସ ତୃତୀୟ ହୋଇଛନ୍ତି। ସେହିପରି ହସ୍ତାକ୍ଷରରେ ସେହି ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ଆଦ୍ୟା‌ଶା ପ୍ରିୟଦର୍ଶିନୀ ପ୍ରଥମ, ଷଷ୍ଠ ଶ୍ରେଣୀ ଛାତ୍ରୀ ଅକ୍ଷିତା ଖମାରୀ ଦ୍ବିତୀୟ, ଷଷ୍ଠ ଶ୍ରେଣୀ ଛାତୟୀ ସମ୍ପ୍ରିତି ବେରା ତୃତୀୟ ହୋଇଛନ୍ତି। ଭାଷାଜ୍ଞାନରେ ଦଶମ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ପ୍ରଥମ, ଦଶମ ଶ୍ରେଣୀ ଛାତ୍ରୀ କ୍ରିଷ୍ଣା ପ୍ରିୟଦର୍ଶିନୀ ସାମଲ ଦ୍ବିତୀୟ, ଦଶମ ଶ୍ରେଣୀ ଛାତ୍ରୀ ସ୍ଥିତିପ୍ରଜ୍ଞା ବାରିକ ତୃତୀୟ ହୋଇଛନ୍ତି। ବିଚାରକ ଭାବେ ଦେବାଶିଷ ସିଂ, ନିବେଦିତା ପଣ୍ଡା, ସୁକାନ୍ତ ରାଉତ, ସୌଦାମିନୀ ପୁହାଣ ଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଜି. ରାମକିଶୋର, ଉପାଧ୍ୟକ୍ଷ ମହେଶ କୁମାର ମିଶ୍ର, ତତ୍ତ୍ୱାବଧାରିକା ମିନତି ରଥ, କଳ୍ପନା ସାହୁ ଓ ଗିରିଜା ମେହେର ପ୍ରମୁଖ ପରିଚାଳନା କରିଥିଲେ। ନିର୍ଦ୍ଦେଶକ/ ଚେୟାରମ୍ୟାନ୍‌ ସୂର୍ଯ୍ୟ ପ୍ରକାଶ ପତି ପୁରସ୍କାର ବିତରଣ କରିଥିଲେ।

ତମାଣ୍ଡୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ଚିତ୍ରାଙ୍କନରେ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର ନିଳାଦ୍ରୀ ଦାସ(ପଞ୍ଚମ ଶ୍ରେଣୀ)  ପ୍ରଥମ, ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୫ର ସାଗରୀକା ଖିଲାର୍‌ ଦ୍ବିତୀୟ ଓ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର ପଞ୍ଚମ ‌ଶ୍ରେଣୀର ଅଭିଜିତ୍‌ ନ‌‌ାୟକ ତୃତୀୟ ହୋଇଛନ୍ତି। ହସ୍ତ‌ାକ୍ଷରରେ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର ସୋନାଲି ସେଠୀ(ସପ୍ତମ) ପ୍ରଥମ, ପଲ୍ଲବୀ ବେହେରା ଦ୍ବିତୀୟ, ଆଦ୍ୟ‌ାଶା ଶ୍ରୀଚନ୍ଦନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାଷାଜ୍ଞାନରେ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର ପୂଜା ନାୟକ (ଦଶମ) ପ୍ରଥମ, ଶୁଭଶ୍ରୀ ପ୍ରଧାନ(ଦଶମ) ଦ୍ବିତୀୟ, ଅରୋସ୍ତୁତି ସାହୁ(ଦଶମ) ତୃତୀୟ ହୋଇଛନ୍ତି। ବିଚାରକ ଭାବେ ସୁଶ୍ରୀ ସଙ୍ଗୀତା ମହାପାତ୍ର, ପ୍ରତାପ ନାୟକ ଯୋଗ ଦେଇଥିଲେ। ବିଦ୍ୟାଳୟ ସମ୍ପାଦକ ଈଶ୍ବର ଚନ୍ଦ୍ର ବଳ, ସଭାପତି ତଥା ଉପଦେଷ୍ଟା ସ୍ମୃତି ରଞ୍ଜନ ବଳ, ପ୍ରଧାନ ଆଚାର୍ଯ୍ୟା ମିନାକ୍ଷୀ ଦାସଙ୍କ ସମେତ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଜୟଦେବ ବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର‌
ଚିତ୍ରାଙ୍କନରେ ଏସ୍‌ଏସ୍‌ଭିଏମ୍‌ ଜୟଦେବ ବିହାରର ସୋମ୍ୟା ପ୍ରିୟଦର୍ଶିନୀ ନାୟକ(ପଞ୍ଚମ ଶ୍ରେଣୀ) ପ୍ରଥମ, ପ୍ରତିକ୍ଷା ଦାସ(ପଞ୍ଚମ ଶ୍ରେଣୀ) ଦ୍ବିତୀୟ, ଲୟୋଲାର ବିଶାନ୍ତ ମିଞ୍ଜ୍‌(ପଞ୍ଚମ ଶ୍ରେଣୀ) ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ଏସ୍‌ଏସ୍‌ଭିଏମ୍‌, ଜୟଦେବ ବିହାରର ସୌମ୍ୟାଶ୍ରୀ ନାୟକ(ଅଷ୍ଟମ ଶ୍ରେଣୀ) ପ୍ରଥମ, ପ୍ରିୟାଂଶି ଚୌଧୁରୀ( ସପ୍ତମ ଶ୍ରେଣୀ) ଦ୍ବିତୀୟ, ଦେବସ୍ମିତା ବେହେରା(ସପ୍ତମ ଶ୍ରେଣୀ)ତୃତୀୟ, ଭାଷାଜ୍ଞାନରେ ଏସ୍‌ଏସ୍‌ଭିଏମ୍‌ର, ଜୟଦେବ ବିହାରର ଅଭିଲିପ୍‌ସା ଦାସ (ନବମ ଶ୍ରେଣୀ)ପ୍ରଥମ ,ଓମ୍‌ ପ୍ରକାଶ ସାହୁ(ଦଶମ ଶ୍ରେଣୀ)ଦ୍ବିତୀୟ, ଲୟୋଲାର ସ୍ବୟଂଶ୍ରୀ ବେହେରା(ଦଶମ ଶ୍ରେଣୀ ତୃତୀୟ ହୋଇଛନ୍ତି। ବିଚାରକଭାବେ ଅମ୍ବରୀଶ ଶତପଥୀ, ସୁନନ୍ଦା ପ୍ରଧାନ, ପରମେଶ୍ବର ମେହେର ରହିଥିଲେ।  ବିଦ୍ୟାଳୟ ସମ୍ପାଦକ ବାଣୀବ୍ରତ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ଓଝା, କୃଷ୍ଣଚନ୍ଦ୍ର ସାହୁ, ଦେବେନ୍ଦ୍ର କୁମାର ସାହୁ, ସଂଘମିତ୍ରା ଛୁଆଳ ସିଂହ, ତନୁବାଳା ସାହୁ, ଗୌରଚରଣ ମହାରଣା, ପ୍ରଶାନ୍ତ କୁମାର ସାହୁ ସହ‌ଯୋଗ କରିଥିଲେ।

 ବିଜେଇଏମ୍‌ ବିଦ୍ୟାଳୟ, ବିଜେବିନଗର
ଚିତ୍ରାଙ୍କନରେ ବିଜେଇଏମ୍‌ର ଅମନଦୀପ ମହାନ୍ତି (ପଞ୍ଚମ ଶ୍ରେଣୀ)  ପ୍ରଥମ, ତନୁଶ୍ରୀ ଦାସ (ତୃତୀୟ ଶ୍ରେଣୀ) ଦ୍ବିତୀୟ ଓ  ଅନୁରାଗ କୁମାର ଜେନା(ତୃତୀୟ ଶ୍ରେଣୀ) ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ସାଇ ଏସ୍‌ଏସ୍‌ଭିଏମ୍‌ର ବିଦ୍ୟାଲକ୍ଷ୍ମୀ ପତି(ଷଷ୍ଠ ଶ୍ରେଣୀ)  ପ୍ରଥମ, ବିଜେଇଏମ୍‌ର ଶ୍ରଦ୍ଧା ସୁମନ ବାରିକ (ସପ୍ତମ ଶ୍ରେଣୀ) ଦ୍ବିତୀୟ ଓ ସସ୍ମିତ ଶ୍ରେୟାସ୍‌ (ଷଷ୍ଠ ଶ୍ରେଣୀ) ତୃତୀୟ ହୋଇଛନ୍ତି। ଭାଷାଜ୍ଞାନରେ ସାଇ ଏସ୍‌ଏସ୍‌ଭିଏମ୍‌ର ଆଦ୍ୟାଶା ପ୍ରିୟଦର୍ଶିନୀ ନାୟକ(ନବମ ଶ୍ରେଣୀ) ପ୍ରଥମ, ଡିଏମ୍‌ ପବ୍ଲିକ୍‌ ସ୍କୁଲର  ବି. ସ୍ମୃତିରେଖା ପାତ୍ର( ନବମ ଶ୍ରେଣୀ) ଦ୍ବିତୀୟ ଓ ସାଇ ଏସ୍‌ଏସ୍‌ଭିଏମ୍‌ର  ଜ୍ୟୋତିର୍ମୟୀ ପରିଡ଼ା (ନବମ ଶ୍ରେଣୀ) ତୃତୀୟ ହୋଇଛନ୍ତି। ବିଚାରକ ଭାବେ ପ୍ରତିଭା ଖିଲାର, ବୖଲୋଚନ ପାଣ୍ଡଭ, ଜୟଶ୍ରୀ ଜେନା, ଜଗନ୍ନାଥ ଦାସ ରହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଆର୍‌ ଆର୍‌ ବାରିକ୍‌ଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

ବିଏମ୍‌ ହାଇସ୍କୁଲ ପୁରୁଣା ଭୁବନେଶ୍ବର
ଚିତ୍ରାଙ୍କନରେ ଖଣ୍ଡଗିରି ସେଣ୍ଟ୍‌ ଜାଭିଅର୍ସ ହାଇସ୍କୁଲ୍‌ର ସାନ୍‌ଭି ସେନାପତି (ତୃତୀୟ ଶ୍ରେଣୀ), ପ୍ରଥମ,  ଡିଏଭି ପୋଖରିପୁଟର ଅରବିନ୍ଦ ମହାପାତ୍ର (ତୃତୀୟ ଶ୍ରେଣୀ) ଦ୍ବିତୀୟ ଓ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଭୀମଟାଙ୍ଗିର ଶ୍ରେୟା ପାତ୍ର (ତୃତୀୟ ଶ୍ରେଣୀ) ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ରାମକୃଷ୍ଣ ମିଶନ ବିବେକାନନ୍ଦ ଉଚ୍ଚବିଦ୍ୟାଳୟର ସିଦ୍ଧାର୍ଥ ମିଶ୍ର (ସପ୍ତମ ଶ୍ରେଣୀ) ପ୍ରଥମ, କପିଳେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତୀକ୍ଷା ମୁଦୁଲି(ସପ୍ତମ ଶ୍ରେଣୀ) ଦ୍ବିତୀୟ ଓ ଏସ୍‌ଏସ୍‌ଭିଏମ୍‌ ଭୀମଟାଙ୍ଗୀର କୁନ୍ଦନ ରାଇକା(ଅଷ୍ଟମ ଶ୍ରେଣୀ) ତୃତୀୟ, ଭାଷାଜ୍ଞାନରେ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଶିଶୁପାଳଗଡ଼ର ପ୍ରଜ୍ଞାନ ସାହାଣୀ (ଦଶମ ଶ୍ରେଣୀ) ପ୍ରଥମ, ସାଇ ସରସ୍ବତୀ ଜ୍ଞାନମନ୍ଦିର ବଡ଼ଗଡ଼, କେନାଲରୋଡ୍‌ର ଲକ୍ଷ୍ମୀପ୍ରିୟା ରାଉତରାୟ (ଦଶମ ଶ୍ରେଣୀ) ଦ୍ବିତୀୟ ଓ ରାମକୃଷ୍ଣ ମିଶନ ବିବେକାନନ୍ଦ ଉଚ୍ଚବିଦ୍ୟାଳୟର ମୋନିକା ଦାଶ (ଦଶମ ଶ୍ରେଣୀ) ତୃତୀୟ ସ୍ଥାନରେ ଅଛନ୍ତି। ବିଚାରକ ଭାବେ ରକ୍ଷକ ନାୟକ, ଦେବାଶିଷ ମହାପାତ୍ର, ହିମାଂଶୁ ଶେଖର ବୈଶାଖ ଓ ଆଦାଶ୍ୟା ମିଶ୍ର ରହିଥିଲେ। ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୀତାରାମ ମହାନ୍ତିଙ୍କ ନେତୃତ୍ବରେ ପରିଚ‌ାଳିତ ହୋଇଥିଲା।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦର ଭୀମଟାଙ୍ଗୀ
ଚିତ୍ରାଙ୍କନରେ ଏସ୍‌ଏସ୍‌ଭିଏମ୍‌ ଭୀମଟାଙ୍ଗୀର ଚିନ୍ମୟୀ ପଣ୍ଡା (ଚତୁର୍ଥ ଶ୍ରେଣୀ) ପ୍ରଥମ, ଡିଏଭି ପୋଖରୀପୁଟର ପ୍ରତ୍ୟୁଷା ପ୍ରଧାନ (ଦ୍ବିତୀୟ ଶ୍ରେଣୀ) ଦ୍ବିତୀୟ ଓ ଏସ୍‌ଏସ୍‌ଭିଏମ୍‌ ଭୀମଟାଙ୍ଗୀର ଦୁର୍ଗା ପ୍ରସାଦ ଧଳ(ପଞ୍ଚମ ଶ୍ରେଣୀ) ତୃତୀୟ ହୋଇଛନ୍ତି। ହସ୍ତାକ୍ଷରରେ ଏସ୍‌ଏସ୍‌ଭିଏମ୍‌  ଭୀମଟାଙ୍ଗୀର ଶୁଭ୍ରାଂଶୁ ଶେଖର ତରାଇ(ସପ୍ତମ ଶ୍ରେଣୀ) ପ୍ରଥମ, ବିଜେଇମ୍‌ ସ୍କୁଲର ମଧୁଛନ୍ଦା ଧଳ (ସପ୍ତମ ଶ୍ରେଣୀ) ଦ୍ବିତୀୟ ଓ ଏସ୍‌ଏସ୍‌ଭିଏମ୍‌ ଭୀମଟାଙ୍ଗୀର ଶ୍ରର୍ମିଷ୍ଠା ପ୍ରହରାଜ (ଷଷ୍ଠ ଶ୍ରେଣୀ) ତୃତୀୟ ହୋଇଛନ୍ତି। ଭାଷାଜ୍ଞାନରେ ଏସ୍‌ଏସ୍‌ଭିଏମ୍‌  ଭୀମଟାଙ୍ଗୀର ଉଦୟ ନାୟକ(ଦଶମ ଶ୍ରେଣୀ) ପ୍ରଥମ, ସାଇଶ୍ରୀ ସିଂହସାମନ୍ତ(ନବମ ଶ୍ରେଣୀ) ଦ୍ବିତୀୟ ଓ ଅଙ୍କିତରାଜ ଜଗଦ୍ଦେବ (ନବମ ଶ୍ରେଣୀ) ତୃତୀୟ ହୋଇଛନ୍ତି। ବିଚାରକ ଭାବେ ସୁଶାନ୍ତ କୁମାର ସାମଲ, ଶ୍ୟାମ‌ ଶେଖର ଦାଶ, ସୁଶାନ୍ତ ନାୟକ, ଚନ୍ଦନ ସାମଲ, ରବିନ୍ଦ୍ର ମହାରଣା ରହିଥିଥିଲେ। ଏସ୍‌ଏସ୍‌ଭିଏମ୍‌ ଭୀମଟାଙ୍ଗୀର ପ୍ରଧାନଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ପ୍ରତିଯୋଗିତା ପରିଚାଳନା କରିଥିଲେ।