ଭୁବନେଶ୍ୱର: ଢେଙ୍କାନାଳ ଉତ୍ସବ ଅବସରରେ ‘ସମ୍ୱାଦ-ଆମ ଓଡ଼ିଶା’ ଓ ଢେଙ୍କାନାଳ କଲ୍ଚରାଲ ଆସୋସିଏସନର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟା ବେଳେ ଏହାକୁ ବିଜେପି ନେତା ଗୋଲକ ମହାପାତ୍ର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ସୌରେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ବିଶ୍ବାଳ, ଉପସଭାପତି ସାରଙ୍ଗଧର ସାମଲ, ଯୁଗ୍ମ ସମ୍ପାଦକ ଉମା ପାଣି, ସଭ୍ୟ ଦୀପକ ଚୌଧୁରୀ, ପ୍ରଦ୍ୟୋତ ବିଶ୍ବାଳ, ରଶ୍ମି କାନ୍ତ, ବିଜୟ କୁମାର ସାହୁ, ଅଶୋକ କୁମାର ନାୟକ, ଚୈତନ୍ୟ କୁମାର ପାଳ, ଡା. ମନୋରଞ୍ଜନ ସାହୁଙ୍କ ସହ ସମ୍ବାଦ-ଆମ ଓଡ଼ିଶାର କର୍ମକର୍ତ୍ତା ପ୍ରଭଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବରରେ ରହୁଥିବା ଢେଙ୍କାନାଳର ବରିଷ୍ଠ ବ୍ୟକ୍ତିଙ୍କ ସମେତ ଅନ୍ୟମାନେ ରକ୍ତ ଦାନ କରିଥିଲେ। ଏଥିରେ ୩୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ସମ୍ବାଦ-ଆମ ଓଡ଼ିଶାର ରକ୍ତଦାନ ଶିବିର
ଢେଙ୍କାନାଳ ଉତ୍ସବ ଅବସରରେ ‘ସମ୍ୱାଦ-ଆମ ଓଡ଼ିଶା’ ଓ ଢେଙ୍କାନାଳ କଲ୍ଚରାଲ ଆସୋସିଏସନର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
/sambad/media/media_files/2024/11/25/oQ9ZGlEWNNoni39kkuhm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)