ଖଣ୍ଡଗିରିରେ ଅର୍ପିତା, ସିଲ୍‌କି, ଅନନ୍ୟା ପ୍ରଥମ; ତମାଣ୍ଡୋରେ କ୍ରିତିକା, କୃପାଞ୍ଜଳି ଓ ସାଇ ପ୍ରଥମ

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୧୯

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରିରେ ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରିର ଅର୍ପିତା ପଟ୍ଟନାୟକ ପ୍ରଥମ ଓ ଗୀତାଞ୍ଜଳି ରଥ ଦ୍ବିତୀୟ, ତପୋବନ ଉଚ୍ଚ ବିଦ୍ୟାଳୟର ମଣ୍ଟୁ ଗାଗାରାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହସ୍ତାକ୍ଷରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଧର୍ମବିହାରର ଛାତ୍ରୀ ସିଲ୍‌କି ସୁହାନୀ ପ୍ରଥମ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଖଣ୍ଡଗିରିର ଛାତ୍ରୀ ଶୁଭମ୍‌ପ୍ରିୟା ବାରିକ ଦ୍ବିତୀୟ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଘାଟିକିଆର ସ୍ମାଇଲ୍‌ ପଣ୍ଡା ତୃତୀୟ ହୋଇଥିଲେ। ଚିତ୍ରାଙ୍କନରେ ୟୁନିଟ୍‌-୮ ଡିଏଭିର ଅନନ୍ୟା ରାଉତ ପ୍ରଥମ, ଡିଏଭି କଳିଙ୍ଗ ନଗରର ଦିବ୍ୟାଙ୍କିତା ଦାସ ଦ୍ବିତୀୟ ଓ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲ୍‌ର ଶ୍ରାଗ୍‌ଭି ଶରଣ୍ୟା ୩ୟ ସ୍ଥାନ ଅଧିକାର କରିଥିଲେ। ଲେଖକ ଡ. କିଶୋର ଚନ୍ଦ୍ର ପାଢ଼ୀ, ଲେଖିକା ଅଧ୍ୟାପିକା ସସ୍ମିତା ଷଡ଼ଙ୍ଗୀ, ଚିତ୍ରଶିଳ୍ପୀ ବ୍ରଜକିଶୋର ଜେନା ଓ ଶଶାଙ୍କ ଶେଖର ସେଠୀ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ବାଛିଥିଲେ। ଖଣ୍ଡଗିରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି ସଦସ୍ୟ ଓ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପାଢ଼ୀଙ୍କ ସହଯୋଗରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସ୍କୁଲ୍‌ର ଶିକ୍ଷୟିତ୍ରୀ ମଂଜୁଶ୍ରୀ ସାହୁ, ନମିତା ମିଶ୍ର, କାବେରୀ ଦାସ, ଲକ୍ଷ୍ମୀପ୍ରିୟା ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

ତମାଣ୍ଡୋରେ କ୍ରିତିକା, କୃପାଞ୍ଜଳି ଓ ସାଇ ପ୍ରଥମ

ତମାଣ୍ଡୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ବାର୍ଷିକ ପ୍ରତିଯୋଗିତାରେ ସ୍ଥାନୀୟ ୮ଟି ବିଦ୍ୟାଳୟରୁ ମୋଟ୍ ୩୦୨ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି କଳିଙ୍ଗନଗରର ସାଇ ଅମ୍ରିତାଂଶୁ, ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର ଶିବାନୀ ପରିଡ଼ା ଓ ପାତ୍ରପଡ଼ା ଏସ୍‌ଏସ୍‌ଭିଏମ୍‌ର ସୂର୍ଯ୍ୟକାନ୍ତ ଦାଶ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ହସ୍ତାକ୍ଷର ପ୍ରତିଯୋଗିତାରେ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌‌ର କୃପାଞ୍ଜଳି ହରିଚନ୍ଦନ, ପାତ୍ରପଡ଼ା ଭଗବାନପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବୀଣାପାଣି ନାୟକ, ଖଣ୍ଡଗିରି ସେଣ୍ଟ ଜାଭିଅର୍ ହାଇସ୍କୁଲର ଆର୍ଣଭି ରାଉତ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପାଇଛନ୍ତି। ସେହିଭଳି ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର କ୍ରିତିକା ପ୍ରିୟଦର୍ଶିନୀ, ବିଜୟଲକ୍ଷ୍ମୀ ବାରିକ ଓ ସିଜୁଆ ପାତ୍ରପଡ଼ା ଏସ୍‌ଏସ୍‌ଭିଏମ୍‌ର ପ୍ରିୟଦର୍ଶିନୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଡ. ବିରାଜମୋହନ ଦାସ ଓ ସୀତେଶ ତ୍ରିପାଠୀ ଏବଂ ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଜିତେନ୍ଦ୍ର କୁମାର ଭଞ୍ଜ ଓ ଫିର୍ଦୌସି ତବ୍‌ସୁମ୍‌ ବିଚାରକ ଦାୟିତ୍ବ ନିର୍ବାହ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବିଚାରକମ‌ାନଙ୍କ ସହ ତମାଣ୍ଡୋ ଏସ୍‌ଏସ୍‌ଭିଏମ୍‌ର ପ୍ରଧାନ ଆଚାର୍ଯ୍ୟ ଚନ୍ଦ୍ରମୋହନ ନାଥ, ସ୍ମୃତିରଂଜନ ବଳ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ ଓ ଅନ୍ୟ କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର