ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ ଓ ମା’ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିରରେ ‘ସମ୍ବାଦ’-‘ଆମ ଓଡ଼ିଶା’ ପରୀକ୍ଷା

ବାଲିପାଟଣା ବ୍ଲକ ବୁଦ୍ଧନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚିତ୍ରାଙ୍କନରେ ସେଣ୍ଟ ଜାଭିୟର୍‌ ହାଇସ୍କୁଲର ୫ମ ଶ୍ରେଣୀ ଛାତ୍ର ସାଇସ୍ବରୂପ ସେଠୀ ପ୍ରଥମ, ବାଗ୍‌ଦେବୀ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ଲିପ୍‌ସା ସ୍ବାଇଁ ଦ୍ବିତୀୟ, ଗାଦିବ୍ରହ୍ମ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର କ୍ରିଷ୍ଣା ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ବାଗଦେବୀ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ରୀ ମୋନାଲିସା ଆଚାର୍ଯ୍ୟ ପ୍ରଥମ, ଅଠାନ୍ତର ସରକାରୀ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ରାଜଶ୍ରୀ ନାୟକ ଦ୍ବିତୀୟ, ରଘୁଆ ଗୋରଡ଼ା ଗଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ଆୟୁଷୀ ଦତ୍ତ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଭାଷାଜ୍ଞାନ ଓ ପ୍ରବନ୍ଧରେ କୁଶଭଦ୍ରା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରୁପାଲି କବି ପ୍ରଥମ, ଚଣାହଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଛାତ୍ରୀ ଅପରାଜିତା ପଣ୍ତା ଦ୍ବିତୀୟ ଓ ସ୍ବୟଂଶ୍ରୀ ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାକୁ ଏବିଓ ନଳିନୀ ମହାନ୍ତି ଏବଂ ପ୍ରତାପ ପ୍ରଧାନ, ସିଆର୍‌ସିସି ରଶ୍ମିରଂଜନ ପଣ୍ତା, ଛବିନାଥ ସାଥୁଆ, ପବିତ୍ର ସେଠୀ, ଦିଗମ୍ବର ପ୍ରଧାନ, ରମାକାନ୍ତ ସାମଲ, ରାଜପ୍ରସାଦ ଡୋରା, ଶିକ୍ଷକ ନରେନ୍ଦ୍ର ଦାଶ, ଗିରିଜା ଶଙ୍କର କୁଣ୍ତ, ଗୋପନନ୍ଦନ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଚିତ୍ରାଙ୍କନରେ କାଶୀନାଥ ସାହୁ ଓ କପିଳେନ୍ଦ୍ର ଓଝା, ହସ୍ତାକ୍ଷରରେ ନିରଂଜନ କୁଣ୍ତ ଓ ଜନ୍ମେଜୟ ନାୟକ, ଭାଷାଜ୍ଞାନରେ ବିଜୟ ନାୟକ ଏବଂ ଲୋକନାଥ ନାୟକ ବିଚାରକ ଦାୟିତ୍ବ ତୁଲାଇଥିଲେ।

ଭାଷାଜ୍ଞାନରେ ବିଷ୍ଣୁପ୍ରିୟା, ହସ୍ତାକ୍ଷରରେ ରୁଦ୍ରାଣୀ ଓ ଚିତ୍ରାଙ୍କନରେ ପ୍ରିୟାଙ୍କି ପ୍ରଥମ

ବାଲିଅନ୍ତା ବ୍ଲକ ମା’ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିର ପରୀକ୍ଷା କେନ୍ଦ୍ରରେ ଭାଷାଜ୍ଞାନ ପ୍ରତିଯୋଗିତାରେ ସରକଣା ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଛାତ୍ରୀ ବିଷ୍ଣୁପ୍ରିୟା ସେନାପତି ପ୍ରଥମ ଓ ଛାତ୍ରୀ ରେଶମା ପ୍ରଧାନ ଦ୍ବିତୀୟ ଓ ମା’ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିର ଛାତ୍ରୀ ବିନମ୍ରତା ତ୍ରିପାଠୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିରର ଛାତ୍ରୀ ରୁଦ୍ରାଣୀ ମହାନ୍ତି ପ୍ରଥମ, ସରକଣାସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀ ଛାତ୍ରୀ କ୍ରିଷ୍ଣା ସେନାପତି ଦ୍ବିତୀୟ ଓ ଗାୟତ୍ରୀ ସ୍ମାର୍ଟ ସ୍କୁଲର ଲକ୍ଷ୍ମୀପ୍ରିୟା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନରେ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିରର ଛାତ୍ରୀ ପ୍ରିୟାଙ୍କି ମଙ୍ଗରାଜ ପ୍ରଥମ, ଯୁଗଳ କିଶୋର ଦ୍ବିତୀୟ ଓ ଯଶୁଆପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭସ୍ମିତା ନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଚାରକ ଭାବେ ପ୍ରଶାନ୍ତ ତ୍ରିପାଠୀ, ଶ୍ରୀକାନ୍ତ ଦାଶ ଓ ଜାନକୀ ମହାପାତ୍ର ଯୋଗ ଦେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସମାଜସେବୀ ପୀତବାସ ଦାଶ, ସାଧନା କୋଚିଂ ସେଣ୍ଟର ଶିକ୍ଷକ ସନ୍ତୋଷ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶେଖର ସାମନ୍ତରାୟ ତତ୍ତ୍ବାବଧାନରେ ଗୁରୁମା ପ୍ରିୟଙ୍କା ନାୟକ, ମନୋରମା ପ୍ରଧାନ, ଲକ୍ଷ୍ମୀପ୍ରିୟା ମେକାପ, ଦେବସ୍ମିତା ରଥ ଓ ଗୁରୁଜୀ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର