‘ସମ୍ବାଦ ଭବନ’‌‌ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ବର: ବାଣୀବିହାରସ୍ଥିତ ଟ୍ରିନିଟି ନ୍ୟୁରୋ ହସ୍ପିଟାଲ୍‌ ଆଣ୍ଡ୍‌ ଟ୍ରମା ସେଣ୍ଟର୍‌ ପକ୍ଷରୁ ଆଜି ‘ସମ୍ବାଦ ଭବନ’ ପରିସର‌ରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବାଦ, କନକ ନ୍ୟୁଜ୍‌ ଓ ରେଡିଓ ଚକ୍‌ଲେଟ୍‌ର ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଶିବିରରେ ରକ୍ତ ପରୀକ୍ଷା, ରକ୍ତଚାପ, ସମ୍ପୂର୍ଣ୍ଣ ଶରୀର ପରୀକ୍ଷା, ସାଧାରଣ ସ୍ବାସ୍ଥ୍ୟ ସମସ୍ୟା, ଗ୍ୟାଷ୍ଟ୍ରୋ, ନ୍ୟୁରୋଲୋଜି ଓ ଅସ୍ଥି ସମସ୍ୟାଜନିତ ବିଭିନ୍ନ ପରୀକ୍ଷା କରାଯାଇଥିଲା। ଶିବିରରେ ହସ୍ପିଟାଲର ଗ୍ୟାଷ୍ଟ୍ରୋ ସର୍ଜନ ଡାକ୍ତର ଘନଶ୍ୟାମ ଦାସ, ନ୍ୟୁରୋଲୋଜିଷ୍ଟ ମାନିକ୍‌ ମାଥୁର, ଅର୍ଥୋ ଆଣ୍ଡ୍‌ ଜଏଣ୍ଟ୍‌ ସର୍ଜନ ରବିକାନ୍ତ ମିଲନ୍‌ଙ୍କ ସମେତ ନର୍ସ ତେଜସ୍ବିନୀ ସ୍ବାଇଁ, ଶୁଭସ୍ମିତା ଦାସ, ହୃଷୀକେଶ ସେଠୀ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ନ୍ୟୁରୋ ହସ୍‌ପିଟାଲ୍‌ ଆଣ୍ଡ୍‌ ଟ୍ରମା ସେଣ୍ଟର୍‌ର କର୍ପୋ‌‌ରେଟ୍‌ ଏକ୍ସିକ୍ୟୁଟିଭ୍‌ ପ୍ରଗତିକା ପଟ୍ଟନାୟକ ଓ କର୍ପୋ‌ରେଟ୍‌ ମ୍ୟା‌ନେଜର୍‌ ଅରବିନ୍ଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଓ ମାନବ ସମ୍ବଳ ବିଭାଗର ଉପମହାପ୍ରବନ୍ଧକ ବୈଜୟନ୍ତୀ କର ପ୍ରମୁଖ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।

ସମ୍ବନ୍ଧିତ ଖବର