ଭୁବନେଶ୍ୱର: ‘ସମ୍ବାଦ’ ପକ୍ଷରୁ ମାତୃ ଦିବସ ଉପଲକ୍ଷେ ମା’ଙ୍କ ଉଦ୍ଦେଶ୍ୟରେ ବାର୍ତା ପଠାଇଥିବା ବ୍ୟକ୍ତିମାନଙ୍କୁ ସ୍ୱସ୍ତି ପ୍ରିମିୟମରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ। ଅଂଶଗ୍ରହଣକାରୀଙ୍କ ବାର୍ତା ଓ ନାମ ଗତ ୭ ତାରିଖରେ ‘ସମ୍ବାଦ’ ପୃଷ୍ଠାରେ ପ୍ରକାଶ ପାଇଛି। ସେହି ବ୍ୟକ୍ତିମାନେ ନିଜର ପରିଚୟପତ୍ର ସହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଲଟେରି ମାଧ୍ୟମରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୋ: ୯୭୭୭୭୭୭୬୭୬ରେ ଯୋଗାଯୋଗ କରିପାରିବେ।ମାତୃ ଦିବସ ପାଇଁ ‘ସମ୍ବାଦ’ ପକ୍ଷରୁ ନିଜ ମା’ଙ୍କ ଉଦ୍ଦେଶ୍ୟରେ ବାର୍ତା ପଠାଇବା ପାଇଁ ଆହ୍ଵାନ କରାଯାଇଥିଲା। ଏଥିରେ ପ୍ରାୟ ହଜାରେରୁ ଅଧିକ ବାର୍ତା ପହଞ୍ଚିଥିଲା। ଯେଉଁ ବ୍ୟକ୍ତିମାନଙ୍କ ବାର୍ତା ପ୍ରଥମେ ପହଞ୍ଚିଥିଲା, ସେମାନଙ୍କ ମଧ୍ୟରୁ ୩୨୭ଟି ବାର୍ତା ଗତ ୭ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଆଧାରରେ ଆସନ୍ତା ୧୦ତାରିଖରେ ଲଟେରି ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫ୍ରିଡମ୍ ସନ୍ଫ୍ଲାଓ୍ଵାର ରିଫାଇନ୍ଡ ଅଏଲ, ରାଜ ଇଲେକ୍ଟ୍ରୋନିକ୍ସ ଏବଂ ସେନ୍କୋ ଗୋଲ୍ଡ ଏହାର ମୁଖ୍ୟ ପ୍ରାୟୋଜକ ରହିଛନ୍ତି।
୧୦ରେ ପୁରସ୍କାର ପ୍ରଦାନ ସମାରୋହ
‘ସମ୍ବାଦ’ ପକ୍ଷରୁ ମାତୃ ଦିବସ
/sambad/media/post_attachments/wp-content/uploads/2018/05/m4-2.jpg)