‘ସମ୍ବାଦ’ ପ୍ରତିନିଧି କ୍ଷୀତିଶ ରାୟଙ୍କ ମାତୃବିୟୋଗ

ଭୁବନେଶ୍ବର: ‘ସମ୍ବାଦ’ ପ୍ରତିନିଧି କ୍ଷୀତିଶ ରାୟଙ୍କ ମା’ ତଥା ଧର୍ମପରାୟଣା ମହିଳା ପ୍ରଭାତ ନଳିନୀ ପାଇକରାୟଙ୍କ ପରଲୋକ ହୋଇଯାଇଛି। ଆଜି ଅପରାହ୍‌ଣ ୨ଟାରେ ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଶ୍ରୀ ରାୟ ଓ କନ୍ୟା ଅମ୍ବିକା ରାୟ ଉପସ୍ଥିତ ଥିଲେ। ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି। ଦୀର୍ଘ ଏକ ମାସ ଧରି ସେ ଅସୁସ୍ଥ ଥିବା ବେଳେ କିଛି ଦିନ ଧରି ଆପୋଲୋରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ପାଇକରାୟଙ୍କ ନିଜ ଘର ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କଣ୍ଟି ଗ୍ରାମରେ। ସେ ଦୀର୍ଘ ଦିନ ଧରି ଭୁବନେଶ୍ବରରେ ରହି ଆସୁଥିଲେ। ତାଙ୍କ ସ୍ବାମୀ ସ୍ବର୍ଗତ ସଚ୍ଚିଦାନନ୍ଦ ପା‌ଇକରାୟ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଥିଲେ। ଗତବର୍ଷ ତାଙ୍କର ପରଲୋକ ହୋଇଥିଲା।‘ସମ୍ବାଦ’ ପ୍ରତିନିଧି କ୍ଷୀତିଶ ରାୟଙ୍କ ମାତୃବିୟୋଗ
ଭୁବନେଶ୍ବର: ‘ସମ୍ବାଦ’ ପ୍ରତିନିଧି କ୍ଷୀତିଶ ରାୟଙ୍କ ମା’ ତଥା ଧର୍ମପରାୟଣା ମହିଳା ପ୍ରଭାତ ନଳିନୀ ପାଇକରାୟଙ୍କ ପରଲୋକ ହୋଇଯାଇଛି। ଆଜି ଅପରାହ୍‌ଣ ୨ଟାରେ ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଶ୍ରୀ ରାୟ ଓ କନ୍ୟା ଅମ୍ବିକା ରାୟ ଉପସ୍ଥିତ ଥିଲେ। ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି। ଦୀର୍ଘ ଏକ ମାସ ଧରି ସେ ଅସୁସ୍ଥ ଥିବା ବେଳେ କିଛି ଦିନ ଧରି ଆପୋଲୋରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ପାଇକରାୟଙ୍କ ନିଜ ଘର ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କଣ୍ଟି ଗ୍ରାମରେ। ସେ ଦୀର୍ଘ ଦିନ ଧରି ଭୁବନେଶ୍ବରରେ ରହି ଆସୁଥିଲେ। ତାଙ୍କ ସ୍ବାମୀ ସ୍ବର୍ଗତ ସଚ୍ଚିଦାନନ୍ଦ ପା‌ଇକରାୟ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଥିଲେ। ଗତବର୍ଷ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର