ଭୁବନେଶ୍ବର: କରୋନା ଲକ୍ଡାଉନ ଯୋଗୁଁ ସବୁଠି ତାଲା ଝୁଲୁଛି। ମାତ୍ର କରୋନା ମୁକାବିଲାକାଳୀନ ଏହି ସମସ୍ୟା ଅନେକଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛି। ଦୁଃସ୍ଥ ଶ୍ରମିକ, ଗରିବ ବସ୍ତିବାସିନ୍ଦା, ନିରାଶ୍ରିତ ବ୍ୟକ୍ତିବିଶେଷ ଓ ବାହାରୁ ଆସିଥିବା ଅନେକ ଶ୍ରମିକ ଏବେ ବି କାହା ପିଣ୍ଡାରେ ତ ରାସ୍ତାକଡ଼ରେ ଭୋକ ଉପାସରେ ଅଟକି ରହିଛନ୍ତି। ତେଣୁ ଏହି ବିପତ୍ତି ସମୟରେ ସେମାନଙ୍କ ମୁହଁରେ ଆହାର ଦେବାକୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପ୍ରୟାସରେ ଏ.କେ ଦାଶ ଆସୋସିଏଟ୍ସ ଲିମିଟେଡ୍ ସହଯୋଗରେ ଆଜିଠୁ ଆରମ୍ଭ ହୋଇଛି ବିପଦର ବନ୍ଧୁ ଅଭିଯାନ କାର୍ଯ୍ୟକ୍ରମ। ଏହି ଅବସରରେ ଆଜି ସତ୍ୟବିହାର, ପଳାଶୁଣି, ସାଲିଆସାହି, ସହିଦନଗର, ସତ୍ୟନଗର, କମିସନରେଟ୍ ମୁଖ୍ୟାଳୟ ନିକଟରେ ୧ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏହି ଅଭିଯାନରେ ଏ.କେ ଦାଶ ଆସୋସିଏଟ୍ସ ଲିମିଟେଡ୍ର ମୁଖ୍ୟ ସମାଜସେବୀ ଅମିୟ କୁମାର ଦାଶ, ନିର୍ଦ୍ଦେଶିକା ପ୍ରଣତି ଦାଶଙ୍କ ସମେତ ଅନୁଷ୍ଠାନର ଡ. ସୌର୍ଯ୍ୟରଂଜନ ପରିଜା, ବିଶ୍ବଜିତ ସାମନ୍ତରାୟ, ସମ୍ବିତ ପଟ୍ଟନାୟକ, ଦାମୋଦର ବାରିକ, ଏହସାନ ଅହମ୍ମଦ ପ୍ରମୁଖ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ବିଏମ୍ସିର ଦୁଇ ଆସିଷ୍ଟାଣ୍ଟ କମିସନର୍ ଲିଲନ୍ ପ୍ରସାଦ ସାହୁ ଓ ଅଂଶୁମାନ ରଥ ସମେତ ପୁଲିସ ଅଧିକାରୀଙ୍କ ସହଯୋଗରେ ଏହା ସଫଳ ହୋଇପାରିଥିଲା। ବିପଦର ବନ୍ଧୁ ଅଭିଯାନରେ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସତ୍ୟ ମହାନ୍ତି, ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ (ମାନବସମ୍ବଳ) ବୈଜୟନ୍ତୀ କର, କନକ ନ୍ୟୁଜ୍ର ସଂପାଦକ ମନୋରଂଜନ ମିଶ୍ର ଓ ସ୍ବୟଂ ପ୍ରକାଶ ମହାପାତ୍ରଙ୍କ ସମେତ ଅନ୍ୟ ସହଯୋଗୀମାନେ ସାମିଲ ହୋଇଥିଲେ।
‘ସମ୍ବାଦ ଗ୍ରୁପ୍’ ଓ ଏ.କେ ଦାଶ ଆସୋସିଏସଟ୍ସ ଲିମିଟେଡ୍ର ପ୍ରୟାସ ‘ବିପଦ ବେଳର ବନ୍ଧୁ’
/sambad/media/post_attachments/wp-content/uploads/2020/03/8h7df89h7s98h7sf98hsfhsfhfhfhsfhshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)