ଭୁବନଶ୍ବେର: ସମ୍ବାଦ ଗ୍ରୁପ ପକ୍ଷରୁ ବିଶ୍ୱ ହୃଦୟ ଦିବସ ଅବସରରେ ୱାକାଥନ ଆୟୋଜିତ ହୋଇଛି। ସମ୍ବାଦ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆରୁ ଏହି ୱାକାଥନ୍ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା। ପୁଣି ସେଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆକୁ ଫେରିଥିଲେ।

Advertisment

ନିଜ ହୃଦୟକୁ କିପରି ସୁସ୍ଥ ରଖିବା ସହ ସଚେତନ ରହିବେ ସେନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏନେଇ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ଆଥଲେଟ୍ ଶ୍ରାବଣୀ ନନ୍ଦ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରିଥିଲେ। ୱାକାଥନ୍ ପାଇଁ ପଞ୍ଜିକୃତ କରିଥିବା ବ୍ୟକ୍ତିମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।