ସମ୍ବାଦ ଗ୍ରୁପ୍‌ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ, ଚିକିତ୍ସା ପରାମର୍ଶ ଦେଲେ ଅଭିଜ୍ଞ ଡାକ୍ତର

ଭୁବନେଶ୍ବର: ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ବିପଦର ବନ୍ଧୁ’ ହେଲ୍‌ପ ଡେସ୍କରେ ରାଜ୍ୟର ବହୁ ବିଶିଷ୍ଟ ଡାକ୍ତର ଯୋଗଦେଇ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଉଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ଡା. ନିହାର ରଂଜନ କର, ଡା. ସୋନାଲି ଶୁଚିସ୍ମିତା ସ୍ବାଇଁ ସାମିଲ ହୋଇଥିବା ବେଳେ ଗତକାଲି ଡା. ଅଭିରୂପ ମିଶ୍ର, ଡା. ସୋନାଲି ଶୁଚିସ୍ମିତା ସ୍ବାଇଁ ଓ ଡା. କସ୍ତୁରି ଭରଦ୍ବାଜ ଯୋଗ ଦେଇଥିଲେ।

ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଡା. ତ୍ରିଭୁବନ ମୋହନ ମହାପାତ୍ର, ଡା. ନିରୋଜ ମିଶ୍ର, ଡା. କ୍ରାନ୍ତି ସ୍ବାଗତିକା ଗୁରୁ, ଡା. ଶୁଚିସ୍ମିତା ଦାଶ, ଡା. ଦେବେନ୍ଦ୍ରନାଥ ମଲ୍ଲ, ଡା. ସ୍ବରାଜ ପଣ୍ଡା ଓ ଡା. ସୂର୍ଯ୍ୟକାନ୍ତ ମହାପାତ୍ର ସାମିଲ ହୋଇ ଲୋକମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଛନ୍ତି।
ରାଜ୍ୟର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ ଲୋକେ କରୋନା ବିଷୟରେ ଚାହୁଥିବାରୁ ଏହି ‘ହେଲ୍‌ପ ଡେସ୍କ’ରେ ସ୍ବେଚ୍ଛାସେବୀ ଡାକ୍ତର ବନ୍ଧୁମାନେ ଅଧିକ ସଂଖ୍ୟାରେ ଯୋଗ ଦେବାର ଆବଶ୍ୟକତା ରହିଛି। ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହେବାକୁ ଇଚ୍ଛୁକ ଡାକ୍ତର ଯୋଦ୍ଧା ୭୦୦୮୯୯୨୪୧୦ ନମ୍ବରରେ ହ୍ବାଟ୍‌ସଆପ୍‌ ଜରିଆରେ ନିଜ ସମ୍ମତି ଜଣାଇବାକୁ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର