‘ସମ୍ବାଦ’ ମଦର୍ସ ଡେ’ ଓ ଫାଦର୍ସ ଡେ’ ମେସଜ୍‌ କଣ୍ଟେଷ୍ଟ୍‌-୨୦୨୧: ଭୁବନେଶ୍ବରର ବିଜେତାଙ୍କୁ ପୁରସ୍କାର ବିତରଣ

ସ୍ବାଧୀନତା ଦିବସ ଉପଲକ୍ଷେ ‘ମୋ ବାର୍ତ୍ତା... ଭାରତ ମାତା’ ମେସେଜ୍ ପଠାନ୍ତୁ, ଉପହାର ଜିତନ୍ତୁ

ଭୁବନେଶ୍ୱର : ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ହୋଇ ଯାଇଥିବା ମଦର୍ସ ଡେ’ ଓ ଫାଦର୍ସ ଡେ’ ମେସଜ୍‌ କଣ୍ଟେଷ୍ଟ୍‌-୨୦୨୧ର ଭୁବନେଶ୍ୱର ସଂସ୍କରଣର ବିଜେତାମାନଙ୍କୁ ଆଜି ‘ସମ୍ବାଦ ଭବନ’ରେ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ‘ସମ୍ବାଦ’ ମାନବ ସମ୍ବଳ ବିଭାଗର ଉପମହାପ୍ରବନ୍ଧକ ବୈଜୟନ୍ତୀ କର ସମ୍ବାଦ ଗ୍ରୁପ୍‌ କିଭଳି ଖବରକାଗଜ ପ୍ରକାଶନ ସହିତ କନକ ନ୍ୟୁଜ୍, ମଞ୍ଜରୀ ଟିଭି, ରେଡିଓ ଚକ୍‌ଲେଟ୍‌ ଓ ସମ୍ବାଦ ଡିଜିଟାଲ ଜରିଆରେ ଲୋକମାନଙ୍କ ସହ ଜଡ଼ିତ ହୋଇପାରିଛି, ସେ ବିଷୟରେ ଆଲୋଚନା କରିଥିଲେ। ‘ସମ୍ବାଦ’ ବିଜ୍ଞାପନ ବିଭାଗର ଉପମହାପ୍ରବନ୍ଧକ ସଞ୍ଜୟ ଗୌର, ସମ୍ବାଦ ଗ୍ରୁପ୍‌ ଦ୍ବାରା ବିଭିନ୍ନ ଦିବସମାନଙ୍କରେ ପାଠକମାନଙ୍କ ପାଇଁ କରାଯାଉଥିବା ପ୍ରତିଯୋଗିତା ଉପରେ ବିସ୍ତୃତ ବିବରଣୀ ଦେବା ସହ ଏହି ମେସେଜ୍‌ କଣ୍ଟେଷ୍ଟ୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ ୨୫ ଶହ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।

‘ସମ୍ବାଦ’ ବାର୍ତ୍ତା ବିଭାଗର ଉପମହାପ୍ରବନ୍ଧକ ଗୌତମବୁଦ୍ଧ ଦାସ ପ୍ରତିଯୋଗୀମାନଙ୍କ ବିଭିନ୍ନ ମେସେଜ୍‌ରୁ ସେମାନଙ୍କ ବାପାମା’ଙ୍କ ପ୍ରତି ଭଲପାଇବା ପ୍ରତିଫଳିତ ହେଉଛି ବୋଲି କହିଥିଲେ।

ଏହି ଅବସରରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀମାନେ ହେଲେ ପ୍ରେମସାଗର ବଳବନ୍ତରାୟ, ଦେବାଶିଷ ଓଝା, ବିଶ୍ୱରୂପା ପଟ୍ଟନାୟକ, ସଞ୍ଜୀବ ମିଶ୍ର, ଦେବରାଜ ପାତ୍ର, ସସ୍ମିତା ସାହୁ, ଅମୃତ ରାଣା, ଶୁଭଙ୍କର ପ୍ରିୟଦର୍ଶୀ, ଦେବାଂଶୁ ବ୍ରହ୍ମା, ସୋନି ପରୀ, ମାନସ ଦାସ, ମଧୁସ୍ମିତା ପରିଡ଼ା, ଲିଙ୍ଗରାଜ ପାତ୍ର, ଶାନ୍ତନୁ କୁମାର ପରିଡ଼ା, ଦୀପ୍ତେନ୍ଦୁ ରାୟ, ରୀନା ମେହେର, ରଶ୍ମିରେଖା ନାୟକ, ମନୀଷା ଦେବ, ଅମରେଶ କୁମାର ବଡ଼ଜେନା, ରାଜଶ୍ରୀ ମାନସ ମହାନ୍ତି, ଭି. ସୁନିତା, ସଂଯୁକ୍ତା ଦାସ, ମଧୁସ୍ମିତା ବେହେରା, ଗୌରାଙ୍ଗ ଚରଣ ବେହେରା, ପ୍ରତିମା ପଟ୍ଟନାୟକ, ସ୍ମୃତି ନିବେଦିତା ସାହୁ ଓ ସାଗ୍ନିକା ମହାନ୍ତି।

ସ୍ବାଧୀନତା ଦିବସ ଉପଲକ୍ଷେ ‘ମୋ ବାର୍ତ୍ତା… ଭାରତ ମାତା’
ମେସେଜ୍ ପଠାନ୍ତୁ, ଉପହାର ଜିତନ୍ତୁ
୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ‘ସମ୍ବାଦ’ର ପାଠକମାନଙ୍କ ପାଇଁ ମେସେଜ୍ ପଠାଇ ନିଶ୍ଚିତ ଉପହାର ଜିତିବାର ଆଉ ନିଆରା ପ୍ରୟାସ କରାଯାଇଛି। ଏହା ଏକ ପ୍ରତିଯୋଗିତା କିମ୍ବା ଲକି ଡ୍ର’ ନୁହେଁ; ଦେଶ ପ୍ରତି ସମର୍ପିତ ଭାବନାର ପରିପ୍ରକାଶ ଅଟେ। ଏଥିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଯେ କୌଣସି ପାଠକ ଦେଶ ପା‌ଇଁ ନିଜ ହୃଦୟର ଭାବନାକୁ ଶବ୍ଦ ମାଧ୍ୟମରେ ପ୍ରକାଶ କରି ‘ସମ୍ବାଦ’କୁ ପଠାଇଲେ ତାହା ପ୍ରକାଶ ପାଇବ ଏବଂ ପ୍ରତିଟି ବାର୍ତ୍ତା ପାଇଁ ୧୮୯୯ ଟଙ୍କାର ଏକ ବ୍ୟାପ୍ ପ୍ୟାକ୍ ଉପହାର ସ୍ବରୂପ ପ୍ରଦାନ କରାଯିବ। ତେଣୁ ଏଥିରେ ଅଧିକ ସଂଖ୍ୟାରେ ଭାଗ ନେବାକୁ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆହ୍ବାନ କରାଯାଇଛି। ତେବେ ବାର୍ତ୍ତା‌ ସହିତ ନିମ୍ନରେ ଦିଆଯାଇଥିବା କ୍ୟୁ-ଆର୍ କୋଡ୍‌କୁ ସ୍କାନ୍‌ କରି ୧୦୫୦ ଟଙ୍କା ପୈଠ କରିବା ସହ ନିଜ ବାର୍ତ୍ତା, ଫଟୋ ଓ ପୈଠ ରସିଦ୍‌ର ସ୍କ୍ରିନ୍‌ ସଟ୍‌କୁ ହ୍ବାଟ୍‌ସଆପ୍‌ ଜରିଆରେ ମୋବାଇଲ୍‌ ନମ୍ବର ୭୩୭୭୬୬୦୨୦୪କୁ ପଠାଇବାକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର