୫ରେ ‘ସମ୍ବାଦ’ ପକ୍ଷରୁ ଉଚ୍ଚଶିକ୍ଷା ଓ ନିଯୁକ୍ତି ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ‘ସମ୍ବାଦ’ ପକ୍ଷରୁ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନଲୋଜି (ଭିଟ୍‌), ଆନ୍ଧ୍ରପ୍ରଦେଶ ସହଯୋଗରେ ଉଚ୍ଚଶିକ୍ଷା ଓ ନିଯୁକ୍ତି ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ୫ ତାରିଖରେ ଜୟଦେବ ଭବନଠାରେ କରାଯାଉଛି। ଯେ କୌଣସି ବୋର୍ଡର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ସକାଳ ୧୦ଟାରେ ଆଗ୍ରହୀ ଛାତ୍ରଛାତ୍ରୀ ଜୟଦେବ ଭବନରେ ପହଞ୍ଚି ପଞ୍ଜୀକରଣ କରିିବେ। ଏଥିନେଇ କୌଣସି ଦେୟ ରଖାଯାଇ ନାହିଁ। କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର ଅର୍ଚନା ନାୟକ, ପ୍ରଫେସର ଦିଲ୍ଲୀପ ମହାନ୍ତିି ଯୋଗ ଦେବେ। ଏହି ଅବସରରେ ଅଜୟ ବର୍ମା ଓ ଧରିତ୍ରୀ ପ୍ରେରଣାଦାୟୀ ବକ୍ତତା ପ୍ରଦାନ କରିବେ। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ୯୮୫୩୪୭୩୬୯୭ ନମ୍ବରରେ ଯୋଗଯୋଗ କରାଯାଇପାରିବ। ଏଥିସହିତ [email protected] ରେ ମେଲ୍‌ କରିପାରିବେ।

ସମ୍ବନ୍ଧିତ ଖବର