ସମ୍ବାଦ ସାହିତ୍ୟ ଘର, ନୟାପଲ୍ଲୀ ଶ୍ରୀକୃଷ୍ଣ କ୍ଲବ୍‌ର ବୃକ୍ଷରୋପଣ

ଭୁବନେଶ୍ବର: ଯୁବ ସ୍ବାଭିମାନ ଦିବସ ଅବସରରେ ଶେଷ ହୋଇଥିବା ‘ସମ୍ବାଦ ସାହିତ୍ୟ ଘର’ର ବୃକ୍ଷ ରୋପଣ ଅଭିଯାନର ଶେଷ ଦିନରେ ନୂଆପଲ୍ଲୀ ବେହେରା ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଚାରା ରୋପଣ କରାଯାଇଥିଲା। ନୟାପଲ୍ଲୀ ଶ୍ରୀକୃଷ୍ଣ କ୍ଲବ୍‌ ସହଯୋଗରେ ଆୟୋଜିତ ଏହି ଅଭିଯାନରେ ନିମ୍ବ, କଦମ୍ବ ଓ ଜାମୁ ଗଛର ଚାରା ରୋପଣ କରାଯାଇଥିଲା। କ୍ଲବ୍‌ର ସମ୍ପାଦକ ନବକିଶୋର ବେହେରାଙ୍କ ନେତୃତ୍ବରେ କାର୍ତିକ ବେହେରା, ସନ୍ତୋଷ ମହାକୁଡ଼, ଖଗେନ୍ଦ୍ର ବେହେରା, ସର୍ବେଶ୍ବର ବେହେରା, ଚରଣ ବେହେରା, ସଦାଶିବ ମହାକୁଡ଼, ମନୁଆ ବେହେରା, ଗୌରାଙ୍ଗ ବେହେରା, ରଶ୍ମିରଂଜନ ବେହେରା ଓ ପ୍ରଶାନ୍ତ ସାହୁ ପ୍ରମୁଖ ଏଥିରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର