‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଲକ୍ଷ୍ମୀସାଗର ସରକାରୀ ହାଇସ୍କୁଲରେ ବୃକ୍ଷରୋପଣ

ଭୁବନେଶ୍ବର: ‘ସମ୍ବାଦ ସାହିତ୍ୟଘର’, ଶ୍ରୀପଞ୍ଚମୀ ମଣ୍ଡପ ଯୁବକ ସଂଘ ଓ ଲାୟନ୍ସ କ୍ଲବ ଅଫ ଭୁବନେଶ୍ବର ଲୋଟସ୍ (ଜିଲ୍ଲା-୩୨୨ ସି୪) ମିଳିତ ଆନୁକୂଲ୍ୟରେ ଆଜି ଲକ୍ଷ୍ମୀସାଗର ସରକାରୀୟ ଉଚ୍ଚ ବିଦ୍ୟାଳୟ ସମେତ ଲକ୍ଷ୍ମୀସାଗର ଶ୍ରୀପଞ୍ଚମୀ ମଣ୍ଡପ ଯୁବକ ସଂଘ ପରିସରରେ ବୃକ୍ଷରୋପଣ କରାଯାଇଛି। ଏଥିରେ ‘ସମ୍ବାଦ’ ମହାନଗର ଟିମ୍‌ର ସଦସ୍ୟମାନେ ସହାୟତା କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଥିଲେ ଯେ ବାତ୍ୟା ‘ଫନି’ ପରଠାରୁ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ‘ସମ୍ବାଦ ସାହିତ୍ୟଘର’ ସବୁଜ ଯାତ୍ରା ଆରମ୍ଭ କରିଛି। ପରବର୍ତ୍ତୀ ପିଢ଼ି ପାଇଁ ଏକ ଭଲ ପୃଥିବୀ ଛାଡ଼ିଯିବା ସଂକଳ୍ପ ନେଇ ଆରମ୍ଭ ହୋଇଥିବା ଯାତ୍ରାରେ ଆଜି ପର୍ଯ୍ୟନ୍ତ ୩୫ ହଜାରରୁ ଅଧିକ ଗଛ ଲଗାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଲାୟନ୍ସ କ୍ଲବ ଅଫ ଭୁବନେଶ୍ବର ଲୋଟସ୍ (ଜିଲ୍ଲା-୩୨୨ ସି୪)ର ସଭା‌ନେତ୍ରୀ ସୁରଭି ଦାସ ‘ସମ୍ବାଦ ସାହିତ୍ୟଘର’ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନ୍ୟମାନଙ୍କୁ ଏହା ଗଛ ଲଗାଇବା ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ। ‘ସମ୍ବାଦ’ ଉପମହାପ୍ରବନ୍ଧକ (ବାର୍ତ୍ତା)ଗୌତମବୁଦ୍ଧ ଦାସ ପାରମ୍ଭିକ ବିବରଣୀ ପ୍ରଦାନ କରିଥି‌ଲେ। କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ସଂପାଦିକା ମୌସୁମୀ ସଂଜୟ ପଟ୍ଟନାୟକ, ମୋନାଲିସା ପରିଡ଼ା, ଜୟଶ୍ରୀ ସାହୁ, ନୀହାରିକା ନାୟକ, ଡି.କେ ମିଟୁ, ଦୀପା ରାଉତରାୟ, ରଶ୍ମିତା ସାହୁ, ଲକ୍ଷ୍ମୀସାଗର ଶ୍ରୀପଞ୍ଚମୀ ମଣ୍ଡପ ଯୁବକ ସଂଘର ବରିଷ୍ଠ ସଦସ୍ୟ ଶଙ୍କର ପ୍ରଧାନ, ତରଣିସେନ୍ ଲେଙ୍କା, ସୁରେନ୍ଦ୍ର ରାଉତ, ଗୋପବନ୍ଧୁ ଜେନା, ଶ୍ରୀନିବାସ ରାଉତ, ପ୍ରମୋଦ ନାୟକ, ଲକ୍ଷ୍ମଣ ରାଉତ, ଅଶୋକ ପ୍ରଧାନ, ଅମୂଲ୍ୟ ପ୍ରଧାନ, ଶିଶିରକାନ୍ତ ସ୍ବାଇଁ, ବାବୁଲି ନାୟକ, ରମେଶ ଚନ୍ଦ୍ର ନାୟକ, ମଦନ ସାମନ୍ତରାୟ, ନରେନ୍ଦ୍ର ପଟ୍ଟନାୟକ, ରାକେଶ ପାତ୍ର, ଲିଙ୍ଗରାଜ ସାହୁ, ବରୁଣ ରାଉତ, ପିକୁନା ରାଉତ, ବିଜୟ କେତନ ସାହୁ, ପ୍ରମୋଦ ଜେନା, ଦେବେନ୍ଦ୍ର ବେହେରା, ଲୁଲୁ ସାହୁ, ସୁମନ୍ତ ସ୍ବାଇଁ, ବିଭୂତି ନାୟକ, ପଦିଆ ମହାନ୍ତି, ପ୍ରଦୀପ୍ତ କୁମାର ପ୍ରତାପ ସିଂ, ପ୍ରଭାକର ମହାନ୍ତି, ସଂଜୀବ ତରଣିଆ, ସୂର୍ଯ୍ୟକାନ୍ତ ପ୍ରଧାନ, ଉମାକାନ୍ତ ସାହୁ, ଚନ୍ଦ୍ରମଣି ବୈଠାଳୁ, ସମୀର ରାଉତ, ଅଭିମନ୍ୟୁ ସାହୁ, ହୃଷୀକେଶ ମହାପାତ୍ର, ପ୍ରମୋଦ ପରିଡ଼ା, ‘ସମ୍ବାଦ’ର ସାମ୍ବାଦିକ ବିଶ୍ବଜିତ୍ ଦାଶ, କେଶବ ପାଣି, ଶୁଭ୍ରଜିତ ବଳିଆରସିଂହ, ଦେବବ୍ରତ ଷେଣ୍ଢ, ସରିତଦୀପ ଶତପଥୀ ଓ ଫଟୋ ସମ୍ବାଦିକ ବିଭୂତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ବିବୁଧ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର