ସମ୍ବାଦ ସାହିତ୍ୟ ଘର ଓ କଳିଙ୍ଗ ସିନେ ଆର୍ଟସ୍‌ ପକ୍ଷରୁ ବୃକ୍ଷରୋପଣ

ଚନ୍ଦ୍ରଶେଖରପୁର: ସମ୍ବାଦ ‘ସାହିତ୍ୟ ଘର’ ଓ ‘କଳିଙ୍ଗ ସିନେ ଆର୍ଟସ୍‌’ ପକ୍ଷରୁ ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି-କିସ୍ ବିଶ୍ବବିଦ୍ୟାଳୟ ରାସ୍ତାର ଦୁଇ କଡ଼ରେ ବୃକ୍ଷରୋପଣ କରାଯାଇଛି। ଝିପିଝିପି ବ‌‌ର୍ଷା ସତ୍ତ୍ବେ ଅନୁଷ୍ଠାନର ସଦସ୍ୟମାନେ ପାଖାପାଖି ୫୦ରୁ ଊର୍ଧ୍ବ ବିଭିନ୍ନ ଗଛର ଚାରା‌ରୋପଣ କରିଥିଲେ। ପରେ ସେଥିରେ ପାଣି ଦେଇ ବାଉଁଶ ବାଡ଼ ଲଗାଇଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ସିନେ ଆର୍ଟସ୍‌ର ସଭାପତି ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ, ସଭ୍ୟ ସୁମନ୍ତ ଭୋଇ, ରଜନୀକାନ୍ତ ବେହେରା, ଧନ ସାହୁ ଓ ବୁଲି ଶ୍ରୀଚନ୍ଦନ ବୃକ୍ଷରୋପଣରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର