ଭୁବନେଶ୍ୱର: ବାପା ରିକ୍ସା ଟାଣି ଯେତେ ପଇସା ଆଣିଲେ ବି ତାହା ତାଙ୍କ ୬ ଜଣିଆ ପରିବାରକୁ ନିଅଣ୍ଟ ପଡ଼ୁଥିଲା। ଆଜି ଆଉ ସେ ସମୟ ନାହିଁ। କିନ୍ତୁ ସେଦିନର ତାଙ୍କର ସେ ଭୋକାତୁର ଦାରୁଣ ସ୍ମୃତିରୁ ଜନ୍ମ ନେଇଥିବା ‘ଶୋଷ’କୁ ମିଳିଛି କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର। ପୁସ୍ତକର ସ୍ରଷ୍ଟା ଜୟଦ୍ରଥ ସୁନା ଏହି ବିରଳ କୃତିତ୍ୱର ଜଣେ ଅପରିଚିତ ନାୟକ। ବଣମଲ୍ଲୀ ଯେ ବଣରେ ଫୁଟି ମଉଳି ଯାଏନି ତାହା ପ୍ରମାଣିତ ହୋଇଛି ଜୟଦ୍ରଥଙ୍କ କ୍ଷେତ୍ରରେ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ବାଞ୍ଜିପଦରର ସ୍ୱର୍ଗତଃ ଜନ୍ମେ ସୁନା ଓ ବାସନ୍ତୀ ସୁନାଙ୍କ ପୁଅ ଜୟଦ୍ରଥ ସମସ୍ତ ଦାରିଦ୍ର୍ୟକୁ ଅତିକ୍ରମ କରି ଏବେ ଭବାନୀପାଟଣାସ୍ଥିତ ସେଣ୍ଟ୍ ଡାନିଏଲ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷ ଭାବେ ଅବସ୍ଥାପିତ। ତେବେ ତାଙ୍କ ସାହିତ୍ୟ ଜୀବନର ଜୟଯାତ୍ରା ଯେତିକି ରୋମାଞ୍ଚପୂର୍ଣ୍ଣ ସେତିକି ଚମକପ୍ରଦ। ‘ସାହିତ୍ୟ ଅଧ୍ୟୟନ’ ହିଁ ତାଙ୍କ ବ୍ୟକ୍ତିତ୍ୱକୁ ତିଆରି କରି ଏଭଳି ଉନ୍ନତ ସ୍ଥିତିରେ ପହଞ୍ଚାଇ ପାରିଛି ବୋଲି ସ୍ୱୀକାର କରନ୍ତି ଜୟଦ୍ରଥ। ସାହିତ୍ୟ ପ୍ରତି ତାଙ୍କର ଏତେ ପାଗଳାମି ଥିଲା ଯେ, ଦିନେ ‘ସମ୍ବାଦ ରବିବାର ସାହିତ୍ୟ ପୃଷ୍ଠା’ ପଢ଼ିବା ପାଇଁ ସେ ବାଞ୍ଜିପଦରରୁ ମଦନପୁର ରାମପୁରକୁ ପ୍ରାୟ ୧୪ କିଲୋମିଟର ସାଇକେଲ୍ରେ ଚାଲି ଯାଉଥିଲେ। ଜୟଦ୍ରଥଙ୍କ ‘ଶୋଷ’ କବିତା ତାଙ୍କର ପ୍ରଥମ ସଂକଳନ। ପ୍ରଥମ ବହିରୁ ଏଭଳି ବିରଳ ସଫଳତା ହାସଲ କରିବାରେ ସେ ଅନ୍ୟତମ ସ୍ରଷ୍ଟା। ଯେତେବେଳେ ଏହି ବହି ଛପେଇବା ପାଇଁ ସେ ଇଚ୍ଛା କଲେ ସେତେବେଳେ ସେ ପ୍ରକାଶକ ଅଶୋକ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ପୁସ୍ତକ ପ୍ରକାଶନ ପାଇଁ କୌଣସି ପାଉଣା ଦେଇ ପାରି ନଥିଲେ। ମାତ୍ର ଶ୍ରୀମହାନ୍ତିଙ୍କ ଆକୁଣ୍ଠ ସହଯୋଗ ପରେ ପୁସ୍ତକ ପ୍ରକାଶ ପାଇଥିଲା। ଖୁବ୍ଶୀଘ୍ର ତାଙ୍କର ଆଉ ଏକ ପାଣ୍ଡୁଲିପି ପ୍ରକାଶ ପାଇବାକୁ ଯାଉଛି। ସେ ଏହି ପୁସ୍ତକର ନାଁ ମଧ୍ୟ ‘ଭୋକ ଗୀତ’ ବୋଲି ରଖିଛନ୍ତି। ଏଥିରେ ବି ଭୋକର ତାଡ଼ନା ରହିଛି। ତେବେ ପ୍ରକାଶକଙ୍କ ସହ ଯୋଗାଯୋଗ କରି କଥାବାର୍ତା ପରେ ବହିର ନାଁ ସ୍ଥିର କରିବେ ବୋଲି ସେ କହିଛନ୍ତି।
ଭୋକରୁ ଜନ୍ମ ନେଇଥିଲା ‘ଶୋଷ’
‘ସମ୍ବାଦ ସାହିତ୍ୟ ପୃଷ୍ଠା’ ପଢ଼ିବାକୁ ସାଇକେଲ୍ରେ ଯାଉଥିଲେ ୧୪ କିଲୋମିଟର
/sambad/media/post_attachments/wp-content/uploads/2018/06/jaydratha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)