ଭୁବନେଶ୍ବର: ସେଲିବ୍ରିଟିଙ୍କୁ ସମସ୍ତେ ଅନୁକରଣ କରନ୍ତି। ସେମାନଙ୍କ ଫେସନ୍, କେଶସଜ୍ଜା, ଅଙ୍ଗଭଙ୍ଗୀ, ଖାଦ୍ୟଶୈଳୀକୁ ଲୋକେ ଆପଣାଇବାକୁ ଚେଷ୍ଟା କରନ୍ତି। ଏହି କ୍ରମରେ ୨୦୨୦ ମସିହାରେ ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରର ପ୍ରମୋସନ୍ ବେଳେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ ପିନ୍ଧିଥିବା ‘ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି’ର ଏବେ ବି ମହିଳାମାନଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ୍ ରହିଛି। ଅନ୍ଲାଇନ୍ ହସ୍ତତନ୍ତ ବ୍ୟବସାୟୀ ପ୍ରିୟଦର୍ଶନୀ ଚୌଧୁରୀ କହିଛନ୍ତି, ବିଦ୍ୟା ପିନ୍ଧିବା ପରେ ଏହି ଶାଢ଼ି ବହୁଳମାତ୍ରାରେ ବିକ୍ରି ହେଉଛି।
ସାଧାରଣତଃ ସମ୍ବଲପୁରୀ ଡିଲାଇନ୍ରେ ଶଙ୍ଖ, କୁମ୍ବ, ଚକ୍ର ଆଦି ବହୁ ପାରମ୍ପରିକ କାରିଗରୀ ଲୋକେ ପୂର୍ବରୁ ପସନ୍ଦ କରିଥିଲେ। କିନ୍ତୁ ବିଦ୍ୟାଙ୍କ ଭଳି ଜଣେ ସଫଳ ଅଭିନେତ୍ରୀ ଏହି ଗଣିତ ଶାଢ଼ି ପିନ୍ଧିବା ପରେ ମହିଳାମାନେ ଖୋଜିଖୋଜି ଏହି ଡିଜାଇନ୍ ନେଉଛନ୍ତି। ଚାହିଦା ଦେଖି କଳା ଓ ଗୋଲାପି ରଙ୍ଗ ସହ ବହୁ ରଙ୍ଗର ଶ୍ରୀଗଣିତ ଶାଢ଼ି କାରିଗରମାନେ ବୁଣିବା ଆରମ୍ଭ କରି ଦେଇଛନ୍ତି। ଆଗରୁ ଏହି ଶାଢ଼ି ୮ରୁ ୧୦ ହଜାର ମଧ୍ୟରେ ବିକ୍ରି ହେଉଥିବା ବେଳେ ଚାହିଦା ଦେଖି ଏବେ ତାହାର ଦାମ୍ ବଢ଼ି ଯାଇଛି। ଏହି ଶାଢ଼ି ଏବେ ୧୩ହଜାରରୁ ଆରମ୍ଭ ହୋଇ ଡିଜାଇନ୍ ଅନୁଯାୟୀ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।
ଏହାର କଟନ, ମିକ୍ସ ସିଲ୍କ ଓ ପିୟୋର୍ ପାଟ ଆଦି ୩ଟି ରକମର ଶାଢ଼ି ଆସୁଛି। ଏହାର ମିକ୍ସ ପାଟ ଶାଢ଼ି ୧୩ ହଜାରରୁ ଆରମ୍ଭ ହେଉଥିବା ବେଳେ ପିୟୋର ଶ୍ରୀଗଣିତ ପାଟର ଦାମ୍ ୨୩ ହଜାର ଟଙ୍କା ଯାଏ ରହୁଛି। ଏହି ଶାଢ଼ିର ନିଆରା ସମୀକରଣ ମହିଳାଙ୍କୁ ଏକ ସମ୍ଭ୍ରାନ୍ତ ଲୁକ୍ ଦେଉଥିବାରୁ ଏହା ଅଫିସ୍ ପାର୍ଟିଠାରୁ ଆରମ୍ଭ କରି ବିବାହ ଭୋଜି ଯାଏ, ସବୁ ସ୍ଥାନକୁ ପିନ୍ଧି ଯିବା ପାଇଁ ଏକ ଉପଯୁକ୍ତ ବସ୍ତ୍ର ହୋଇପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/37-12.jpg)