‘ସଂଭାବନା’ର ଚିତଉ ଉତ୍ସବ

ଭୁବନେଶ୍ବର : ଚିତାଲାଗି ଅମାବାସ୍ୟା ଅବସରରେ ଚିତଉ ପିଠା ପ୍ରସ୍ତୁତ କରିବାର ବିଧି ରହିଥିବା ବେଳେ ‘ସଂଭାବନା ଓଡ଼ିଆଣୀ ସମିତି’ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଚିତଉ ଉତ୍ସବ। ଏହି ଅବସରରେ ଓଡ଼ିଆଣୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତଉ ପିଠା ପ୍ରଦର୍ଶିତ ହୋଇଥିଲା। ପରିଦର୍ଶକମାନେ ଚିତଉ ପିଠା ଖାଇବାର ମଜା ନେଇଥିଲେ। ଏହାକୁ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ସଂଭାବନାର ସମ୍ପାଦକ ଦେବପ୍ରସାଦ ପରିଜା, ସଂଯୋଜିକା ସୌଦାମିନୀ ସାମଲ ଉପସ୍ଥିତ ଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଏହାକୁ ପରିଚାଳନା କରିଥିଲେ। ବିଦୁଲତା ସ୍ବାଇଁ, ମୀନା ପାଣିଗ୍ରାହୀ, ରେଖା ସାହୁ, ବେବିରାଣୀ ଦାସ, ସନ୍ଧ୍ୟାରାଣୀ ସିଂ, ସଂଯୁକ୍ତା ସ୍ବାଇଁ, ପଦ୍ମାଳୟା ଶତପଥୀ, ତନୁଶ୍ରୀ ମହାନ୍ତି, ରଶ୍ମୀ ସାହୁ, ମମତା ଦାସ, କାଦମ୍ବିନୀ ପାଳ, ବିଜୟଲକ୍ଷ୍ମୀ ପତି, ବିଜୟା ମହାନ୍ତି, ଜ୍ୟୋତ୍ସ୍ନା ପତ୍ରୀ, ବିଜୟଲକ୍ଷ୍ମୀ ସା, ଦୀପ୍ତି ବିଶ୍ବାଳ, ସୁଷମା ମିଶ୍ର, ସନ୍ଧ୍ୟା ରଥ, ଜ୍ୟୋତିମାଳା ଓ ଶୁଭଶ୍ରୀ ପିଠା ପ୍ରଦର୍ଶନ କରିଥିଲେ। ସଂଭାବନାର ସଦସ୍ୟ ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର ଓ ରାଜଶ୍ରୀ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର