ମାତୃଭାଷା ମଣିଷର ସର୍ବଶ୍ରେଷ୍ଠ ସମ୍ପଦ

‘ସମ୍ଭାବନା’ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ସମାରୋହ

ଭୁବନେଶ୍ୱର : ମଣିଷ ପରିଚୟ ଲୋଡୁଥିବା ଏକମାତ୍ର ପ୍ରାଣୀ। ମାତୃଭାଷା ହେଉଛି ତା ପରିଚୟର ସର୍ବଶ୍ରେଷ୍ଠ ସମ୍ପଦ। ଯାହା ମାଧ୍ୟମରେ ସାଧାରଣ ମଣିଷଟିଏ ତା’ର ପରିଚୟକୁ ସାବ୍ୟସ୍ତ କରିଥାଏ। ‘ସମ୍ଭାବନା’ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଏପରି ମତ ପ୍ରକାଶ କରିଛନ୍ତି।

ଆଜି ଜୟଦେବ ଭବନରେ ଆୟୋଜିତ ଏହି ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତଚନ୍ଦ୍ର ଭଦ୍ର ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଦେବପ୍ରସାଦ ପରିଜା ବିଶ୍ୱ ମାତୃଭାଷା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଯୁବ ଭାଷାବିତ୍‌ ଡ. ଦେବାଶିଷ ମହାପାତ୍ର କିଛି ସ୍ମରଣୀୟ ଓଡ଼ିଆ କବିତା ଆବୃତ୍ତି କରିଥିଲେ। ସ୍ନେହଲତା ପୃଷ୍ଟି କ୍ଷୁଦ୍ରଗଳ୍ପ ରେବତୀର ପୁନଃ ଉପସ୍ଥାପନା କରିଥିଲେ। ଏହି ଅବସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ ରେବତୀ ଗଳ୍ପକୁ ଆଧାର କରି ମଞ୍ଚ ଉପରେ ଓଡ଼ିଆ ବର୍ଣ୍ଣମାଳାର ଚିତ୍ର ଆଙ୍କିଥିଲେ। ପରେ ପରେ ଓଡ଼ିଆ ସଂସ୍କୃତି ଆଧାରିତ ସଙ୍ଗୀତ ଛନ୍ଦା ମିଶ୍ର, ଲିପ୍‌ସା ମିଶ୍ର ଓ ସିଦ୍ଧାନ୍ତ ଶତପଥୀ ପ୍ରମୁଖ ପରିବେଷଣ କରିଥିଲେ। ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟି ସ୍ମୃତି ମହାନ୍ତି, ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ସୁଜିତ ପଟ୍ଟନାୟକ, ଅଭିରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର