ଭୁବନେଶ୍ୱରରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ୧୮ରୁ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ‌ରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ଆରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଲକ୍ଷଣ ଦେଖି କୁଷ୍ଠ ସନ୍ଦେହ କରାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ। ଏନେଇ ଆଜି ବିଏମ୍‌ସି ଅତିରିକ୍ତ କମିସନର୍‌ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଷ୍ଠରୋଗୀଙ୍କୁ ଚିହ୍ନଟ କରିବା ଲାଗି ଆଶା ଏବଂ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନଙ୍କୁ ୧୮୦ଟି ଦଳରେ ବିଭକ୍ତ କରାଯାଇଛି। ସୂଚନାଯୋଗ୍ୟ, ୨୦୧୭ ମସିହାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି କୁଷ୍ଠରୋଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜିର ବୈଠକରେ ସହରାଞ୍ଚଳ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାକର ସାହୁ, ବିଏମ୍‌ସିର ଜୋନାଲ୍ ଡେପୁଟି କମିସନର୍‌ ପ୍ରମୋଦ ପୃଷ୍ଟି ଏବଂ ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର