ଭୁବନେଶ୍ବର: କରୋନା ଯୁଦ୍ଧର ଅନ୍ୟତମ ପ୍ରମୁଖ ଯୋଦ୍ଧା ପୁଲିସ୍ କର୍ମଚାରୀ ବି କରୋନା କୋପରୁ ବର୍ତ୍ତି ପାରି ନାହାନ୍ତି। କମିସନରେଟ୍ ପୁଲିସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। କ୍ୟାପିଟାଲ ଥାନାର ପ୍ରାୟ ୧୫ଜଣ କର୍ମଚାରୀ ଓ ଜଣେ ଆଇପିଏସ୍ ଅଫିସର୍ଙ୍କ ପିଏସ୍ଓ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଆର୍ଏମ୍ଆର୍ସି ପକ୍ଷରୁ ପୁଲିସ୍ ସେବା ଭବନରେ ସିରୋସର୍ଭେ କରାଯାଇଛି। ଯଦି କୌଣସି କର୍ମଚାରୀ ଆକ୍ରାନ୍ତ ହୋଇଥିବେ, ତାହା ଏହା ପରୀକ୍ଷାରୁ ଜଣାପଡ଼ିଯିବ। ଫଳରେ ତାଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବା ସହ ଅନ୍ୟ କର୍ମଚାରୀମାନଙ୍କୁ ଏଥିରୁ ରକ୍ଷା କରିହେବ। ପ୍ରଥମେ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ପରେ ଅନ୍ୟ ସମସ୍ତ କର୍ମଚାରୀଙ୍କ ସଂଗ୍ରହ ହୋଇଛି। ରିପୋର୍ଟ ଆସିବା ପରେ କରୋନା ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରାଯିବ ବୋଲି କମିସନରେଟ ପୁଲିସ୍ ପକ୍ଷରୁ କୁହାଯାଇଛି।
ପୁଲିସ୍ ସେବା ଭବନରେ ସିରୋସର୍ଭେ, ପୁଲିସ କମିସନର୍ଙ୍କ ସମେତ ସବୁ କର୍ମଚାରୀଙ୍କ ନମୁନା ସଂଗ୍ରହ
/sambad/media/post_attachments/wp-content/uploads/2020/08/dgsghsfhsfsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)