ସଂପ୍ରଦା ପକ୍ଷରୁ ‘ନୃତ୍ୟ ସଂପ୍ରଦା’

ଭୁବନେଶ୍ୱର: ଆଦିଗୁରୁ ପଙ୍କଜ ଚରଣଙ୍କ ପାରମ୍ପରିକ ନୃତ୍ୟଘର ‘ସଂପ୍ରଦା’ର ବାର୍ଷିକ ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ନୃତ୍ୟଗୁରୁ ସୁହାଗ ନଳିନୀ ଦାସଙ୍କ ପରିଚାଳନା ଓ ନିର୍ଦ୍ଦେଶନାରେ ସଂପ୍ରଦାର ନୃତ୍ୟଶିଳ୍ପୀ ମଙ୍ଗଳାଚରଣରେ ‘ପଞ୍ଚଦେବ ସ୍ତୁତି’ ପ୍ରସ୍ତୁତ କରିଥିଲେ। ମାତୃ ବନ୍ଦନା ‘ତୁହି ମା’ ଜନମ ଭୂମି’, ଶ୍ରୀମନ୍ଦିର ପରମ୍ପରା ଅନ୍ତର୍ଗତ ‘ଝୁଲଣ ଯାତ’ ଓ ‘ବାଲ୍‌ଗୋପାଳାଷ୍ଟକ’ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ପରେ ପରେ ପଲ୍ଲୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ନୃତ୍ୟ ଗୁରୁ କୁମ୍‌କୁମ୍‌ ମହାନ୍ତି ଓ ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଶରତ ଦାସ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର