ଭୁବନେଶ୍ବର: ଡୁମୁଡୁମା ରଘୁନାଥନଗରର ସନାତନ ରାଉତରାୟଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଗୁଜୁରାଟର ସୁରତରେ ଲୁଚିଥିବା ଖଣ୍ଡଗିରି ପୁଲିସ ଜାଣିବାକୁ ପାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ହତ୍ୟା କରିବା ପରେ ରାଜା ନିଜ ଗାଡ଼ିରେ ପ୍ରଥମେ ଖୋର୍ଦ୍ଧା ଜଙ୍କିଆସ୍ଥିତ ଗାଁ’କୁ ଯାଇଥିଲା। ତେବେ ଜଙ୍କିଆ ତା’ର ନିଜ ଗାଁ ହୋଇଥିବାରୁ ପୁଲିସ ଖୋଜିଖୋଜି ନିଶ୍ଚିତ ଏଠାକୁ ଆସିବ ବୋଲି ସେ ଜାଣିଥିଲା। ତେଣୁ ପୁଲିସ ପହଞ୍ଚିବା ପୂର୍ବରୁ ସେ ରାଜ୍ୟ ଛାଡ଼ି ପଳାଇଥିଲା। ସୁରତରେ ରାଜାର କିଛି ସଂପର୍କୀୟ ଥିବାରୁ ସେହି ଲିଙ୍କ୍ରେ ରାଜାକୁ ସୁରତରେ ଲୁଚେଇ ରଖାଯାଇଛି ପୁଲିସ ସନ୍ଦେହ କରୁଛି। କାରଣ ରାଜାର ପରିବାର ଲୋକେ ମଦ ବେପାର କରିବା ପୂର୍ବରୁ ଶ୍ରମିକ ଭାବେ କାମ କରୁଥିଲେ। ପରିବାର ଲୋକେ ଯେହେତୁ ଶ୍ରମିକ ଶ୍ରେଣୀର, ସେମାନେ ବିଭିନ୍ନ କମ୍ପାନିରେ କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଆନ୍ତି। ତେଣୁ ରାଜା ସୁରତ ଯାଇ ସେହିଠାରେ ଲୁଚିଛି ବୋଲି ପୁଲିସ ଖବର ପାଇଛି। ତେଣୁ ଖଣ୍ଡଗିରି ପୁଲିସର ଏକ ଟିମ୍ ଓ ସ୍ପେସାଲ୍ ସ୍କ୍ବାଡ୍ ରାଜାକୁ ଧରିବା ପାଇଁ ସୁରତ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
ସନାତନ ହତ୍ୟା ମାମଲା: ସୁରତରେ ଲୁଚିଛି ମୁଖ୍ୟ ଅଭିଯୁକ୍ତ ରାଜା!
/sambad/media/post_attachments/wp-content/uploads/2021/09/65f4h654sf654hsf5hsfhsffhshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)