ପଞ୍ଚମୀ ମାନୁ ଉକିଲଙ୍କୁ ସାଙ୍କଚୁରି ୱାଇଲ୍‌ଡ ଲାଇଫ୍ ସର୍ଭିସେସ୍ ପୁରସ୍କାର

ଭୁବନେଶ୍ବର: ମୁମ୍ବାଇସ୍ଥିତ ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ପରଫର୍ମିଂ ଆର୍ଟସ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଶାର ଜଣାଶୁଣା ପକ୍ଷୀବିଶେଷଜ୍ଞ, ଫଟୋଗ୍ରାଫର ଓ ବନ୍ୟପ୍ରାଣୀ ସଂରକ୍ଷଣ କର୍ମୀ ପଞ୍ଚମୀ ମ‌ାନୁ ଉକିଲଙ୍କୁ ଚଳିତ ବର୍ଷର ସମ୍ମାନଜନକ ସାଙ୍କଚୁରି ୱାଇଲ୍‌ଡ ଲାଇଫ୍ ସର୍ଭି‌ସେସ୍ ପୁରସ୍କାର ପ୍ରଦାନ କରାଯାଇଛି।

ଗୋଦରେଜ ଗ୍ରୁପ୍‌ ଅଧ୍ୟକ୍ଷ ନାଦିର ଗୋଦରେଜଙ୍କଠାରୁ ସେ ପୁରସ୍କାରସ୍ବରୂପ ମାନପତ୍ର ଏବଂ ୫୦ହଜାର ଟଙ୍କା ଗ୍ରହଣ କରିଛନ୍ତି। ରାଜ୍ୟରେ ପକ୍ଷୀମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପୂର୍ବକ ପକ୍ଷୀ ବାସସ୍ଥାନର ସଂରକ୍ଷଣ ନିମନ୍ତେ ମଙ୍ଗଳାଯୋଡ଼ିଠାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଶ୍ରୀମତୀ ଉକିଲ ଏହି ପୁରସ୍କାର ଲାଭ କରିଛନ୍ତି। ବନ୍ୟପ୍ରାଣୀ ଓ ପ୍ରକୃତି ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସ୍ବୀକୃତି ପ୍ରଦାନ ସହିତ ଉତ୍ସାହିତ କରିବା ପାଇଁ ୨୭ ବର୍ଷ ପୂର୍ବେ ସ୍ଥାପିତ ମୁମ୍ବାଇର ସାଙ୍କଚୁରି ନେଚର ଫାଉଣ୍ଡେସନ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ।

ସମ୍ବନ୍ଧିତ ଖବର